fbpx

(Video)ପୁଣି ଆସିବ କି ଆଉ ଏକ ମହାମାରୀ? ବୈଜ୍ଞାନିକଙ୍କୁ ଘାରିଲାଣି ‘ପ୍ରିୟନ ଡିଜିଜ’ ଚିନ୍ତା

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ ମଧ୍ୟ କରୋନା ମହାମାରୀର ପ୍ରକୋପରୁ ସମ୍ପୂର୍ଣ୍ଣ ରୂପେ ବାହାରି ପାରିନଥିବା ବେଳେ ବର୍ତ୍ତମାନ ଏହା ପୁଣି ମୁଣ୍ଡ ଟେକିଛି । ସାରା ଦେଶ ଏଥିପାଇଁ ବେଶ ଚିନ୍ତିତ ଏବଂ ଭୟଭୀତ ଥିବା ବେଳେ ବୈଜ୍ଞାନକମାନଙ୍କୁ ଘାରିଛି ଆଉ ଏକ ଭୟଙ୍କର ରୋଗର ଚିନ୍ତା । ପ୍ରିୟନ ନାମକ ଏକ ଅଣୁଜୀବର ବିକାଶ ଦ୍ୱାରା ବିସ୍ତାର ହେଉଥିବା ଏକ ‘ଜମ୍ବି ଡିୟର ଡିଜିଜ’ ଅର୍ଥାତ କ୍ରୋନିକ ୱେଷ୍ଟିଂ ଡିଜିଜ(CWC)କୁ ନେଇ ବୈଜ୍ଞାନିକମାନେ ବର୍ତ୍ତମାନ ଚିନ୍ତା ପ୍ରକଟ କରିଛନ୍ତି । ତେବେ ୱାୟୋମିଙ୍ଗର ୟେଲୋଷ୍ଟୋନ ଜାତୀୟ ଉଦ୍ୟାନରୁ ମିଳିଥିବା ଏକ ହରିଣର ମୃତଦେହରୁ ଗତ ମାସରେ ପ୍ରିୟନ୍ ଅଣୁଜୀବର ସନ୍ଧାନ ମିଳିଥିଲା ।

ସାଧାରଣତଃ ସୁସ୍ଥ ମସ୍ତିଷ୍କରେ ଥିବା ପ୍ରୋଟିନ ପ୍ରିୟନ୍ ଅସ୍ୱାଭାବିକ ଭାବରେ ଭାଙ୍ଗିଥାଏ । ତେବେ ଏହି ପ୍ରିୟନ ନିଜେ ମଧ୍ୟ ଏକ ପ୍ରକାରର ପ୍ରୋଟିନ୍ ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ ଏହା ଉଭୟ ମନୁଷ୍ୟ ଏବଂ ପଶୁମାନଙ୍କଠାରେ ରୋଗ ସୃଷ୍ଟି କରିଥାଏ । ତେବେ ଏହି ରୋଗରେ ସଂକ୍ରମିତ ହୋଇଥିବା ପଶୁମାନଙ୍କର ମାଂସ ଖାଇବା ଦ୍ୱାରା ମନୁଷ୍ୟମାନଙ୍କୁ ଏହି ରୋଗ ହୋଇଥାଏ ବୋଲି ରିସର୍ଚ୍ଚରୁୂ ଜଣାପଡ଼ିଛି ।

ଏହାର କେତେକ ସାଧାରଣ ଲକ୍ଷଣ ହେଉଛି କମ ବୟସରେ ଡିମେନ୍ସିଆ ହେବା, ହାଲୁସିନେସନ୍, ଚାଲିବା ଏବଂ କହିବାରେ ଅସୁବିଧା ହେବା, ଭ୍ରମ, ଥକାପଣ ଏବଂ ମାଂସପେଶୀ ଶକ୍ତ ହୋଇଯିବା ।

ସାଧାରଣତଃ ହରିଣମାନଙ୍କୁ ପ୍ରଭାବିତ କରୁଥିବା ଏହି ପ୍ରିୟନ୍ ଡିଜିଜ ଉତ୍ତର ଆମେରିକାରେ ଲୋକମାନଙ୍କ ମଧ୍ୟରେ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି । ଜମ୍ବି ପରି ଚାଲିବାର ଏହାର ଅନ୍ୟତମ ଲକ୍ଷଣ କାରଣରୁ ବୈଜ୍ଞାନକମାନେ ଏହାକୁ ‘ଜମ୍ବି ଡିଅର ଡିଜିଜ’ ବୋଲି ମଧ୍ୟ ଆଖ୍ୟା ଦେଇଛନ୍ତି । ଏହି ‘ZDD’ ଦୀର୍ଘ ସମୟ ଧରି ହରିଣକୁ ପ୍ରଭାବିତ କରୁଥିବା ଜଣା ପଡିଛି । ଗତ ମାସରେ ୟେଲୋଷ୍ଟୋନରେ ଏହାର ପ୍ରଥମ ମାମଲାର ଆବିଷ୍କାର ହେବାପରେ ବୈଜ୍ଞାନିକମାନଙ୍କ ମଧ୍ୟରେ ଉଦବେଗ ଦେଖାଦେଇଥିଲା । ତେବେ ଏହି ମାରାତ୍ମକ ରୋଗ ଦିନେ ମନୁଷ୍ୟମାନଙ୍କ ମଧ୍ୟରେ ବ୍ୟାପି ସମସ୍ତ ମନୁଷ୍ୟ ସମାଜରେ ଏକ ମହାମାରୀ ରୂପ ନେବା ନେଇ ବେଜ୍ଞାନିକମାନେ ଆଶଙ୍କା କରିଛନ୍ତି ।

ସିଡିସି ଅନୁଯାୟୀ, ଏହି ପ୍ରକାରର ପ୍ରିଅନ୍ ରୋଗ କାରଣରୁ ଚାଲିବା ସମୟରେ ଶରୀର ଭାରସାମ୍ୟ ହରାଇବା, ଓଜନ ହ୍ରାସ, ଅଳସୁଆମି ଏବଂ ଅନ୍ୟାନ୍ୟ ସ୍ନାୟୁଗତ ଲକ୍ଷଣ ଦେଖା ଦେଇଥାଏ । ଉତ୍ତର ଆମେରିକା, ନରୱେ, କାନାଡା ଏବଂ ଦକ୍ଷିଣ କୋରିଆ ଅଞ୍ଚଳରେ ହରିଣ, ରେନ ଡିୟର, ମୟୂର ଏବଂ ଏଲ୍କମାନଙ୍କ ଠାରେ ଏହି ପ୍ରିୟନ୍ ରୋଗ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି।

Get real time updates directly on you device, subscribe now.