fbpx

ଗଣେଶଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ବ୍ୟବସାୟରେ ମିଳିବ ସଫଳତା

ବୁଧବାର ଦିନ ଗଣେଶ ପୂଜାର ବିଧି ରହିଛି । ଏହି ଦିନ ଗୈରୀ ପୁତ୍ର ଗଜାନନଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ଫେରିଥାଏ । ବୁଧବାର ହେଉଛି ଗଣେଶ ଉତ୍ସବର ୨ୟ ଦିନ । ଏହି ଦିନ ଆପଣ କିଛି ଉପାୟ କରିବା ଦ୍ୱାରା ଆପଣଙ୍କୁ ଦୁଇ ଗୁଣା ଲାଭ ମିଳିବ । ଏହା ଛଡା ଜୀବନରେ ଯେକୌଣସି ସମସ୍ୟା ଥିଲେ ମଧ୍ୟ ତାହା ଦୂର ହେବ ।
୧. ଯଦି ଆପଣ ବ୍ୟବସାୟରେ କିଛି ଉନ୍ନତି ଆଣିବାକୁ ଚାହୁଛନ୍ତି ତେବେ ଆପଣ ଗଣେଶଙ୍କ ବିଧି ଅନୁସାରେ ପୂଜା କରନ୍ତୁ ଏବଂ ଏହା ଛଡା ଆପଣ ଗଣେଶଙ୍କ ଏହି ମନ୍ତ୍ର ଜପ କରନ୍ତୁ “ଶ୍ରୀ ଗଣେଶାୟ ନମଃ” ।
୨. ଯଦି ଆପଣ ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ କରିବାକୁ ଚାହାନ୍ତି ତେବେ ଆପଣ ୫ ଟି ହଳଦୀଖଣ୍ଡ ଏବଂ ଏକ ଟଙ୍କାର କଏନ ନେଇ ଏକ ହଳଦିଆ କପଡାରେ ବାନ୍ଧନ୍ତୁ । ଏହାକୁ ନେଇ ଆପଣଙ୍କ ପୂଜା ଘରେ ରଖନ୍ତୁ । ଆପଣଙ୍କ ଇଷ୍ଟ ଦେବଙ୍କୁ ଧ୍ୟାନ କରି ଘିଅ ଦୀପ ଲଗାନ୍ତୁ । ଯେତେବେଳେ ଏହି ଘିଅ ଦୀପ ଲିଭି ଯିବ ସେତେବେଳେ ଏହି ବନ୍ଧା ହୋଇଥିବା ହଳଦୀ କପଡାକୁ ନେଇ ଆପଣଙ୍କ ଲକରେ ରଖନ୍ତୁ ।
୩. ଯଦି ଆଜି ଆପଣ କୌଣସି ମହତ୍ୱପୂର୍ଣ୍ଣ କାମରେ ବାହାରକୁ ଯାଉଛନ୍ତି ତେବେ କେଶରର ଟିକା ମୁଣ୍ଡରେ ଲଗାଇ ଘରୁ ବାହାରକୁ ଯାନ୍ତୁ । ଯଦି କେଶର ନାହିଁ ତେବେ ହଳଦୀ ଟିକା ମୁଣ୍ଡରେ ଲଗାଇ ଯାଆନ୍ତୁ ।
୪. ଯଦି ଆପଣ ଆଜି ନିଜର କିଛି ଖାସ ଇଚ୍ଛା ପୂରଣ କରିବାକୁ ଚାହାନ୍ତି ତେବେ ଏକ ମାଟି ଦୀପରେ କପୁର ଖଣ୍ଡ ରଖି ନିଜ ଇଚ୍ଛା ପ୍ରକାଶ କରି ଏହାକୁ ଜଳାନ୍ତୁ । ଏହାକୁ ଭଗବାନ ଗଣେଶଙ୍କ ପାଖରେ ରଖନ୍ତୁ ।
୫. ଯଦି ଆପଣ ଆପଣଙ୍କ ପରିବାରରେ ଖୁସିରେ ରହିବାକୁ ଚାହାନ୍ତି ତେବେ ହାତୀର ଦୁଇଟି ଖେଳନା ଆଣି ତାହାକୁ ସଫା ପାଣିରେ ଧୋଇ ତାହାକୁ ପୂଜା ଘରେ ରଖନ୍ତୁ ଏବଂ ଏକ ଦୀପ ଜଳାନ୍ତୁ ।

Get real time updates directly on you device, subscribe now.