fbpx
BSKY
BJD MC SKY
BJD YOUTH SKY

କିଛି ନ କରିବା ପାଇଁ ସାଲାରୀ ଦେଉଛି ଅଫିସ! ଦରମା ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ: ଅଫିସରେ କାମ ନ କଲେ ବି ମିଳିବ ଦରମା । ସତ କତା ହେଉଛି କାମ ନ କରିବା ପାଇଁ ହିଁ ଦରମା ଦେଉଛି ଏହି ଅଫିସ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ୍ ସତ । କର୍ମଚାରୀମାନଙ୍କୁ କିଛି ନ କରିବା ପାଇଁ ଏହି ଅଫିସରେ ଦରମା ଦିଆଯାଉଛି । ଏଥିପାଇଁ କର୍ମଚାରୀମାନଙ୍କୁ ପାଖାପାଖି ୧୦,୦୦୦ ଟଙ୍କା ଦରମା ଦେଇଥାଏ ଏହି ଅଫିସ ।

ଆଜିକାଲି ପ୍ରାୟ ଅଧିକାଂଶ ଲୋକେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଉପାର୍ଜନ କରିବା ପାଇଁ ଚାହାଁନ୍ତି । କିନ୍ତୁ ଏହା କ’ଣ ସମ୍ଭବ ? ହୁଏତ ଏହାର ଉତ୍ତର ହଁ । କାରଣ ଏମିତି ଏକ ଅଫିସ ଯେଉଁଠି କର୍ମଚାରୀଙ୍କୁ କାମ ନ କରିବା ପାଇଁ ମିଳିଥାଏ ଦରମା । ଜାପାନର ଶୋଜୀ ମୋରିମୋଟୋଙ୍କୁ କୌଣସି କାମ ନ କରିବା ପାଇଁ ତାଙ୍କ ଅଫିସ ଦରମା ପ୍ରଦାନ କରୁଛି । ତେବେ କେବଳ କ୍ଲାଏଣ୍ଟମାନଙ୍କ ସହ ସମୟ ବିତାଇବା ପାଇଁ ଅଫିସ ତାଙ୍କୁ ସାଲାରୀ ଦେଉଛି । ପ୍ରତ୍ୟେକ ମିଟିଙ୍ଗ ପାଇଁ ତାଙ୍କୁ ଅଫିସ ୭୧ ଡଲାର ଅର୍ଥାତ ପ୍ରାୟ ୧୦ ହଜାର ଟଙ୍କା ଲେଖାଏଁ ଦେଇଥାଏ ।

ଗ୍ରାହକମାନେ ଯେଉଁଠି କହିଥାନ୍ତି ମୋରିମୋଟୋ ସେହିଠାରେ ରୁହନ୍ତି । କିନ୍ତୁ ଏହି ସମୟରେ ତାଙ୍କୁ କୌଣସି କାର୍ଯ୍ୟ କରିବାକୁ ପଡେ ନାହିଁ । ଏଥି ମଧ୍ୟରେ ଗତ ୪ ବର୍ଷ ଭିତରେ ସେ ପାଖାପାଖି ୪ ହଜାର ସେଶନ କରି ସାରିଥିବା ପ୍ରକାଶ କରିଛନ୍ତି । ଟ୍ୱିଟରରେ ତାଙ୍କର ଅଢେଇ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ଯେଉଁଥିରେ ସେ ଅଧିକାଂଶ କ୍ଲାଏଣ୍ଟ ପାଥାନ୍ତି ।

Get real time updates directly on you device, subscribe now.