fbpx
BSKY
BJD MC SKY
BJD YOUTH SKY

ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ଲିସ୍ ଟ୍ରସଙ୍କୁ କିଛି ଏପରି କହିଲେ ମୋଦି

ନୂଆଦିଲ୍ଲୀ: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବା ଲିସ୍ ଟ୍ରସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ତାଙ୍କୁ ନୂତନ ଭୂମିକା ଏବଂ ଦାୟିତ୍ୱ ଗ୍ରହଣ କରିବା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍ କରି କହିଛନ୍ତି ଯେ ଆଗାମୀ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ଲିସ୍ ଟ୍ରସଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଭାରତ-ୟୁକେ ବିସ୍ତୃତ କାର୍ଯ୍ୟ କୌଶଳ ଏବଂ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଆହୁରି ମଜବୁତ ହେବ। ଆପଙ୍କ ନୂତନ ଦାୟିତ୍ୱ ଏବଂ ଭୂମିକା ପାଇଁ ଆପଣଙ୍କୁ ଶୁଭେଚ୍ଛା |

ଲିସ୍ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପରାଜିତ କରି କଞ୍ଜରଭେଟିଭ୍ ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ବିଜୟୀ ହୋଇଥିବା ଲିସ୍ ଟ୍ରସଙ୍କୁ ମୋଟ ୮୧ ହଜାର ୩୨୬ ଖଣ୍ଡ ଭୋଟ ମିଳିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଋଷି ସୁନକଙ୍କୁ ଏହି ନିର୍ବାଚନରେ ୬୦ ହଜାର ୩୯୯ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷେ ଏହି ନିର୍ବାଚନରେ ଋଷି ସୁନକ ବାଜି ହାତେଇବା ନେଇ ଚର୍ଚ୍ଚା ହେଉଥିବା ସମୟରେ ସଠିକ ସମୟରେ କିନ୍ତୁ ଲିସ୍ ବିଜୟୀ ମୁକୁଟ ପିନ୍ଧିଥିଲେ । ତେବେ ନିର୍ବାଚନୀ ପ୍ରଚାର ଆରମ୍ଭରୁ ଋଷି ଆଗରେ ରହିଥିବା ସମୟରେ ଲିସ୍ ଟ୍ରସ ବାଜି ମାରିନେଇଥିଲେ ।

ଅନ୍ୟପକ୍ଷେ ଋଷି ସୁନକଙ୍କ ପରାଜୟ ପଛରେ ବିଭିନ୍ନ କାରଣ ଥିବାର ଚର୍ଚ୍ଚା ହେଉଛି । ଗଣମାଧ୍ୟମର ରିପୋର୍ଟ ମୁତାବକ, ଋଷି ସୁନକଙ୍କ ଉପରେ ତାଙ୍କ କଞ୍ଜରଭେଟିଭ୍ ପାର୍ଟିର ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହ ପ୍ରତାରଣ କରିଥିବାର ବଡ଼ ଅଭିଯୋଗ ସାମ୍ନାକୁ ଆସିଥିଲା । ଏହି କାରଣରୁ ବ୍ରିଟେନବାସୀ ତାଙ୍କୁ ସହଜରେ ଗ୍ରହଣ କରିପାରି ନଥିବା କଥା ଆକଳନ କରାଯାଉଛି । ଯାହାଫଳରେ ଋଷି ସୁନକ ବିଜୟ ବାଜି ହାତେଇବାରେ ସଫଳ ହୋଇ ନଥିଲେ ।

Get real time updates directly on you device, subscribe now.