fbpx
BSKY
BJD MC SKY
BJD YOUTH SKY

Air Bottle Business:ବୋତଲରେ ପବନ ଭାରି ବିକୁଛନ୍ତି ଯୁବକ , ଆଉ ଆୟ କରୁଛନ୍ତି ଶହ ଶହ ଟଙ୍କା

ଓଡିଶା ଭାଷ୍କର : ଆମ ମନ ରେ ସବୁ ବେଳେ ଗୋଟେ କଥା ବୁଲୁ ଥାଏ କିଭଳି ଆମେ ଅଧିକ ଟଙ୍କା ବ୍ୟବସାୟ କରିପାରିବା । ତେବେ ଏହା ପାଇଁ କିଛି ଲୋକ ଅଜିବ କାମ ମଧ୍ୟ କରୁଛନ୍ତି । କେବଳ ଏତିକି ନୁହେଁ ଖୁବ ଚର୍ଚ୍ଚା ରେ ମଧ୍ୟ ରହୁଛନ୍ତି । ବ୍ୟବସାୟର କଥା ଆସିଲେ କେବଳ ଗୋଟିଏ ଆଇଡିଆ ଜଣକୁ ଶୀର୍ଷ ସ୍ଥାନରେ ପହଞ୍ଚେଇ ଦେଇପାରିବ । ଯଦି କୌଣସି ବ୍ୟକ୍ତି ପାଖରେ ବ୍ୟବସାୟ ଉପରେ କିଛି ଆଇଡିଆ ଅଛି ତାହାଲେ ସେ ଛୋଟରୁ ଛୋଟ ଜିନିଷରେ ବି ବଡ ବ୍ୟବସାୟ ରେ ରୂପାନ୍ତରିତ କରି ପାରିବ । ସେଇ ଲାଗି କଥାରେ ଅଛି ଆପଣ ଯଦି ଭଲ କଥା କହି ଜାଣିଛନ୍ତି ତେବେ ଆପଣ କିଛି ବି ବିକ୍ରି କରିପାରିବେ ।

Colombian Entrepreneur Makes Money Literally Out of Thin Air

ତେବେ ଏହି କଥାକୁ ବୁଝିବା ପରେ କୋଲମ୍ବିଆର ଜଣେ ଯୁବକ ଏପରି ଏକ ବ୍ୟବସାୟ ଆରମ୍ଭ କରିଛନ୍ତି ଯାହାର ସଫଳତାର ଆଶା ବୋଧହୁଏ କେହି ବି କରି ନଥିବେ । ଏହି ଯୁବକ ଜଣକ ଛୋଟ ଛୋଟ ବୋତଲରେ ବନ୍ଦ କରି ଲୋକମାନଙ୍କୁ ନିଜ ସହରର ବାୟୁ ବା ପବନକୁ ବିକ୍ରି କରୁଛନ୍ତି । ଚୀନ୍ ପରି ଦେଶରେ ବୋତଲରେ ପବନ ପୂରାଇ ବିକ୍ରି କରିବାର ଚଳନ ପୂର୍ବରୁ ଦେଖିବାକୁ ମିଳିଛି । ଅନେକ ବର୍ଷ ହେବ ସେଠାରେ ଏପରି ବ୍ୟବସାୟ କରୁଛନ୍ତି ଲୋକମାନେ । ଏବେ କୋଲମ୍ବିଆର ମେଡେଲିନ୍‌ରେ ରହୁଥିବା ଏହି ଯୁବକ ଜଣକ ବୋତଲରେ ପବନ ପୂରାଇ ବିକ୍ରି କରୁଛନ୍ତି ଯାହା ହିଟ୍ ସାବ୍ୟସ୍ତ ହୋଇଛି । ଗୋଟିଏ ପବନ ବୋତଲ ପରିବର୍ତ୍ତେ ସେ ଆୟ କରୁଛନ୍ତି ୪୦୦ ଟଙ୍କା । ବର୍ଷସାରା ଖୁବ୍ ସୁନ୍ଦର ପାଣିପାଗ ରହୁଥିବାରୁ ମେଡେଲିନ୍‌କୁ ‘ ସିଟି ଅଫ୍ ଇଟର୍‌ନାଲ ସ୍ପ୍ରିଙ୍ଗ୍ ’ ବୋଲି କୁହାଯାଏ ।

ଏହି କାରଣରୁ ଜୁଆନ୍ ନିଜ ସହରର ପବନକୁ ବୋତଲରେ ବନ୍ଦ କରି ମାଇଲ ମାଇଲ୍ ଦୂରକୁ ନେଇ ବିକ୍ରି କରିବା ଆରମ୍ଭ କଲେ । ଜୁଆନ୍‌ଙ୍କ ଅନୁସାରେ ମେଡେଲିନ୍‌ର ପବନକୁ ପ୍ରଥମେ ଷ୍ଟୋର କରି ଏହାକୁ ପ୍ରାକୃତିକ ଭାବରେ ସେ ବିକ୍ରି କରିଥାନ୍ତି । ଏହାର ଶୁଦ୍ଧିକରଣ କରାଯାଏ ନାହିଁ । କାଚ ବୋତଲରେ ପବନ ଦୂରେଇବାର ଅନୋଖା ଟେକ୍ନୋଲୋଜି ବିଷୟରେ ଜୁଆନ୍‌ଙ୍କର ଜ୍ଞାନ ରହିଥିବାରୁ ୧୫ – ୩୦ ମିନିଟ୍ ଭିତରେ ସେ ୧୦୦ ପ୍ରତିଶତ ପ୍ରାକୃତିକ ପବନ ବୋତଲରେ ଭରିଥାନ୍ତି । ପ୍ରଥମ ଦିନରେ ଜୁଆନ୍ ଏହିପରି ୭୭ଟି ବୋତଲ୍ ବିକ୍ରି କରିଥିଲେ । ଇଚ୍ଛା ମୁତାବକ ଲାଭ ଦେଖି ଜୁଆନ୍ ବୋତଲ ସଂଖ୍ୟା ବୃଦ୍ଧି କରେଇଲେ ଓ ଏ ପର୍ଯ୍ୟନ୍ତ ମେଡେଲିନ୍ ଆସୁଥିବା ପର୍ଯ୍ୟଟକଙ୍କୁ ସେ ୩୦୦ଟି ବୋତଲ ବିକ୍ରି କରିସାରିଲେଣି ।

Get real time updates directly on you device, subscribe now.