fbpx
BSKY
BJD MC SKY
BJD YOUTH SKY

ବ୍ରହ୍ମାସ୍ତ୍ର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ନୁହେଁ, ଏହାଠାରୁ ଭୟଙ୍କର ବିନାଶକାରୀ ଅସ୍ତ୍ର ପ୍ରାଚୀନ କାଳରେ ଥିଲା

ପ୍ରାଚୀନ କାଳରେ ହିନ୍ଦୁ ଶାସ୍ତ୍ରରେ ବ୍ରହ୍ମାସ୍ତ୍ରକୁ ସବୁଠାରୁ ବିନାଶକାରୀ ଅସ୍ତ୍ର ଭାବେ ବିବେଚନା କରାଯାଇଛି । ଏହି ଅସ୍ତ୍ରର ପ୍ରୟୋଗ ଦ୍ୱାରା ବିଶ୍ୱରେ ପ୍ରକମ୍ପ ସୃଷ୍ଟି ହେଉଥିଲା । ରାମାୟଣ ଓ ମହାଭାରତରେ ଦେବତା ଓ ରାକ୍ଷସମାନେ ଏହାକୁ ପ୍ରୟୋଗ କରୁଥିଲେ । ତେବେ ଅନେକ ଏକଥା ଜାଣିନଥିବେ, ବ୍ରହ୍ମାସ୍ତ୍ରଠାରୁ ବହୁ ଘାତକ ଅସ୍ତ୍ର ପ୍ରାଚୀନ କାଳରେ ରହିଥିଲା ।

ବ୍ରହ୍ମଶୀର୍ଷ ଅସ୍ତ୍ର ସ୍ୱୟଂ ବ୍ରହ୍ମାଙ୍କର ଶିର ଓ ମୁଖ ପ୍ରଦର୍ଶିତ କରିଥାଏ । ଏହା ବ୍ରହ୍ମାସ୍ତ୍ରଠାରୁ ୪ ଗୁଣ ଅଧିକ ଶକ୍ତିଶାଳୀ ଥିଲା । କୁହାଯାଏ ବ୍ରହ୍ମାସ୍ତ୍ର ପରମାଣୁ ବୋମା ହେଲେ ବ୍ରହ୍ମଶୀର୍ଷ ଅସ୍ତ୍ର ହାଇଡ୍ରୋଜେନ ବମ୍ ଅଟେ । ସବୁଆଡ଼ୁ ବିଫଳ ହେବା ପରେ ମହାଭାରତରେ ଅଶ୍ୱତ୍ଥମା ଉତ୍ତରାଙ୍କ ଗର୍ଭ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହାକୁ ପ୍ରୟୋଗ କରିଥିଲେ । ମାତ୍ର ସେ ଏହାକୁ ଫେରାଇ ନେବାର ଜ୍ଞାନ ପ୍ରାପ୍ତ କରିନଥିଲେ ।

ବ୍ରହ୍ମଦଣ୍ଡ ଅସ୍ତ୍ର ଅର୍ଜୁନ କର୍ଣ୍ଣଙ୍କ ଉପରେ ପ୍ରୟୋଗ କରିଥିଲେ । ଏହି ଅସ୍ତ୍ର ୧୪ଟି ଆକାଶଗଙ୍ଗାକୁ ନଷ୍ଟ କରିବାର କ୍ଷମତା ରଖିଥିଲା । ଭଗବାନ ବିଷ୍ଣୁଙ୍କ ଅସ୍ତ୍ର ନାରାୟଣ ଅସ୍ତ୍ର ଏକ ବିନାଶକାରୀ ଅସ୍ତ୍ର । ଥରେ ଏହି ଅସ୍ତ୍ର ପ୍ରୟୋଗ ହେଲା ପରେ ଏହାକୁ କୌଣସି ଶକ୍ତି ରୋକିବାରେ ସମର୍ଥ ହେବ ନାହିଁ । ଏହା ଶତ୍ରୁକୁ ବଧ କରି ହିଁ ଫେରିଥାଏ ।

ବ୍ରହ୍ମାସ୍ତ୍ରଠାରୁ ଶକ୍ତିଶାଳୀ ବୈଷ୍ଣବାସ୍ତ୍ର, ବୈଷ୍ଣବାସ୍ତ୍ରଠାରୁ ଶକ୍ତିଶାଳୀ ପାଶୁପତାସ୍ତ୍ର । ବିଷ୍ଣୁଚକ୍ର, ବଜ୍ରାସ୍ତ୍ର, ନାରାୟଣାସ୍ତ୍ର, ପାଶୁପତାସ୍ତ୍ରକୁ ଅଧିକ ଶକ୍ତିଶାଳୀ ଅସ୍ତ୍ର ଭାବେ ଗଣାଯାଏ । ସେହିପରି ଆଗ୍ନେୟାସ୍ତ୍ର, ବରୁଣାସ୍ତ୍ର, ନାଗାସ୍ତ୍ର, ନାଗପାଶାସ୍ତ୍ର ଶତ୍ରୁପକ୍ଷରୁ ବହୁତ କ୍ଷତି ଘଟାଇବାରେ ସକ୍ଷମ ଥା’ନ୍ତି ।

ଭାର୍ଗବାସ୍ତ୍ର ପର୍ଶୁରାମ କର୍ଣ୍ଣଙ୍କୁ ଦେଇଥିଲେ । ଏହି ଭୟଙ୍କର ଅସ୍ତ୍ର ଗୋଟିଏ ଝଟକାରେ ପାଣ୍ଡବ ପକ୍ଷର ଅନେକ ସେନାକୁ ନିପାତ କରିଦେଇଥିଲା । ଯଦି ଏହାକୁ ରୋକା ନଯାଏ ତେବେ ଏହା ଗୋଟିଏ ଗ୍ରହକୁ ମଧ୍ୟ ନଷ୍ଟ କରିଦେଇପାରେ । ଗୋଟିଏ ବ୍ରହ୍ମାସ୍ତ୍ର ପ୍ରୟୋଗ କଲେ ଏହା ୧୦ ହଜାର ସୂର୍ଯ୍ୟର ଗରମ ସହ ସମାନ ହୋଇଥାଏ । ଏଥିସହିତ ସୂର୍ଯ୍ୟ, ବର୍ଷା ବନ୍ଦ ହେବା ସହ ପୁରୁଷ, ମହିଳାଙ୍କୁ ଏହା ନପୁଂସକ କରିଦେଇଥାଏ । ବ୍ରହ୍ମାଡାସ୍ତ୍ର ଅସ୍ତ୍ର ପ୍ରୟୋଗ ହେଲେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡକୁ ନଷ୍ଟ ହୋଇଯିବ ।

Get real time updates directly on you device, subscribe now.