fbpx

ସିଲ୍ ହେବ ଅପରାଜିତା ଷଡଙ୍ଗୀଙ୍କ ଅଫିସ୍!

ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପାଇଁ ବଢିଛି ଅଡୁଆ । ଅପରାଜିତଙ୍କ ଅଫିସ ୧୫ ଦିନ ପାଇଁ ସିଲ୍ କରିପାରେ ବିଏମସି । ଏନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଅପରାଜିତାଙ୍କ ଅଫିସରେ ଆଜି ପହଞ୍ଚିଛି ବିଏମସି ଟିମ୍ ।

ତେବେ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ନିଜ ଜନ୍ମଦିନରେ କୋଭିଡ ଗାଇଡଲାଇନ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

Get real time updates directly on you device, subscribe now.