fbpx

ଯାଜପୁର ତହସିଲରେ ୫ କୋଟି ଟଙ୍କାର ଦୁର୍ନୀତି ମାମଲା, କୁବେର ସେକ୍ସନ ଅଫିସରକୁ ବାନ୍ଧିଲା ଭିଜିଲାନ୍ସ ଟିମ୍

ଯାଜପୁର, (ଭାସ୍କର ନ୍ୟୁଜ୍‌) : ଗତ ୨୦୦୬ ମସିହାରୁ ୨୦୧୬ ମସିହା ମଧ୍ୟରେ ୪କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ଯାଜପୁର ଭିଜିଲାନ୍ସ ଦ୍ୱାରା ସେକ୍ସନ ଅଫିସର ଅଜୟ କୁମାର ସାହୁ ଗିରଫ ହୋଇଛନ୍ତି । ଶ୍ରୀ ସାହୁ ବିଞ୍ଝାରପୁର ତହସିଲରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ଯାଜପୁର ତହସିଲରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେହି ଘଟଣାର ମୁଖ୍ୟ କାର୍ପଟଦାର ରଜତ ରାଉତରାୟଙ୍କୁ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଗିରଫ କରିଥିଲା । ଯାଜପୁର ତହସିଲ ୪କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ରଜତ ୬ବର୍ଷ ହେଲା ଫେରାର ଥିଲେ । ସେ ବାରମ୍ବାର ମୋବାଇଲ ନମ୍ବର ବଦଳାଇବା ସହ ଘର ସହିତ ଯୋଗାଯୋଗ ରଖିନଥିଲେ । ଏପରିକି ନାମ ପରିବର୍ତନ କରି ରଜତ ମହାପାତ୍ର ନାମରେ ଦ୍ୱିତୀୟ ପତ୍ନୀଙ୍କ ସହିତ କଟକ ସିଡିଏ ରେ ଆତ୍ମଗୋପନ କରିଥିଲେ । ଭିଜିଲାନ୍ସ ଟିମ୍‌ ବାରମ୍ବାର ଉଦ୍ୟମ କରି ମଧ୍ୟ ରଜତଙ୍କ ପତା ପାଉନଥିଲା । ରଜତଙ୍କୁ ଧରିବା ପାଇଁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲା । ଗତ ୭ତାରିଖ ଭୋର ସମୟରେ ରଜତ ରହୁଥିବା ସିଡିଏ ର ଭଡାଘରେ ଚଢ଼ାଉ କରାଯାଇଥିଲା । ମାତ୍ର ଅନ୍ଧାର ସୁଯୋଗରେ ଖସିଯିବାକୁ ବସିଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ ୨୦୦୬ ରୁ ୨୦୧୬ ମଧ୍ୟରେ ଯାଜପୁର ତହସିଲରେ ବିଭିନ୍ନ ବିଭାଗରୁ ଆଦାୟ ହୋଇଥିବା ରାଜସ୍ୱରୁ ୪କୋଟି ୯୫ ଲକ୍ଷ ଟଙ୍କା ହଡପ ହୋଇଥିଲା । ଏହି ମାମଲାରେ ଯାଜପୁର ତହସିଲର ୩ଜଣ ପୂର୍ବତନ ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଗୌରହରି ବେହେରା, ମମତା ବାରିକ ଏବଂ ଅନ୍ୟମାନେ ସଂପୃକ୍ତ ଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇ।

Get real time updates directly on you device, subscribe now.