fbpx

ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା, ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁ ସାରିବା ପରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସହରରେ ମଙ୍ଗଳବାର ଅପରାହ୍ଣରୁ ବର୍ଷା ପରିମାଣ ବଢ଼ିବାରେ ଲାଗିଛି । ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି । ସେପଟେ ଅଧିକ ସଶକ୍ତ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବାୟୁମଣ୍ଡଳର ଉପରଭାଗରେ ଦକ୍ଷିଣକୁ ଘୂର୍ଣ୍ଣିବଳୟ ଭରି ରହିଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ଅଧିକାଂଶ ସ୍ଥାନରେ ୭୦ରୁ ୧୧୦ ମିଲିମିଟର ବର୍ଷା ସମ୍ଭାବନା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପା।ଗ ବିଜ୍ଞାନକେନ୍ଦ୍ର । ସୂଚନାଯୋଗ୍ୟ ଯେ, ବୁଧବାର ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୪୩% କମ୍‌ ବର୍ଷା ହୋଇଥିବାର ରେକର୍ଡ କରାଯାଇଥିଲା ।

ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ପରିମାଣ ବର୍ଷା ହେବା ନେଇ ପୂର୍ବରୁ ପାଣିପା ଗ ବିଭାଗ ଆକଳନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରି ନାହିଁ । ଫଳରେ ଚାଷବାସ କାମ ଧିମେଇ ଯାଇଛି । ମଝିରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଛୁଇଁବା ପରେ ଏହା ଦୁର୍ବଳ ହୋଇଯାଇଥିଲା । ଏପରିକି ମୌସୁମୀ ମନ୍ଥର ଗତିରେ ଗତି କରୁଥିବା ନେଇ ପାଣିାଗ ବିଭାଗ ସୂଚନା ଦେଇଥିଲା । ଏପରିକି ଚଳିତ ମାସ ୨୫ ତାରିଖ ପୂର୍ବରୁ ମୌସୁମୀ ବାୟୁ ସାରସଂଶୟ ସୃଷ୍ଟି ହୋଇଥିଲା । ତେବେ ମୌସୁମୀ ବାୟୁ ସାରା ରାଜ୍ୟକୁ ଛୁଇଁବା ପରେ ରାଜ୍ୟବାସୀ ତାତିରୁ ତ୍ରାହି ପାଇବା ସହ ଚାଷୀମାନେ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.