fbpx

ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଖାଦ୍ୟ ଦେଇ ଅଧିକାରୀ ନିଲମ୍ବିତ

ଇନ୍ଦୋର,୨୬ ।୯: ଇନ୍ଦୋର କଲେକ୍ଟର ମନୀଷ ସିଂ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖାଦ୍ୟ ଓ ଔଷଧ ପ୍ରଶାସନ ବିଭାଗର ଖାଦ୍ୟ ଇନ୍ସପେକ୍ଟର ମନୀଷ ସ୍ୱାମୀଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନଙ୍କ ଇନ୍ଦୋର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲକୁ ଅନୁସରଣ କରିବାରେ ଅବହେଳା କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ସହିତ ପୁନଃ ତାଙ୍କୁ ଦାୟିତ୍ୱରେ ରଖାଯାଇଛି ।

ତେବେ ମୁଖ୍ୟମନ୍ତ୍ରୀ ଯେବେ ଗସ୍ତରେ ଯାଆନ୍ତି, ସେବେ ତାଙ୍କ ଷ୍ଟାଫଙ୍କ ସମେତ ଅନେକ ବ୍ୟକ୍ତିଙ୍କ ଭୋଜନ ବ୍ୟବସ୍ଥା ପ୍ରୋଟୋକଲ ଅନୁସାରେ କରାଯାଇଥାଏ । କିନ୍ତୁ ବୁଧବାର ଦିନ ଏହା ମିସ୍ ହୋଇଥିଲା । ପ୍ରଥମତଃ ଖାଦ୍ୟ ବିଳମ୍ବରେ ପହଞ୍ଚିଥିଲା ଓ ଏହାର କ୍ୱାଲିଟି ମଧ୍ୟ ଖରାପ ଥିଲା । ଖାଦ୍ୟ ପ୍ୟାକ୍ ସମୟରେ ସମ୍ପୂର୍ଣ୍ଣ ପ୍ରୋଟୋକଲ ଅନୁସରଣ କରାଯାଇନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ଅଧିକାରୀଙ୍କୁ ନିଲମ୍ବନ ପରେ ରାଜନୀତି ଝଡ ଆରମ୍ଭ ହୋଇଥିଲା । ପରେ ନିଲମ୍ବିତ ଅଧିକାରୀଙ୍କୁ ପୁନଃ ତାଙ୍କ ଦାୟିତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.