ନୂଆଦିଲ୍ଲୀ- ଆୟକର ବିଭାଗ ଏକ ବଡ ପଦକ୍ଷେପ ନେଇଛି । ଅଧିକାରୀଙ୍କୁ କିଛି ସର୍ତ୍ତ ସହ କରଦାତାଙ୍କ ବାକି ଟ୍ୟାକ୍ସରେ କିଛି ରିହାତି ବା ଛାଡ କରିବାର ଅଧିକାର ଦେଇଛି ବିଭାଗ । ଆୟକର ନିୟମର ଧାରା ୨୨୦(୨ଏ) ଅନ୍ତର୍ଗତ ଯଦି କେହି କରଦାତା କୌଣସି ନୋଟିସ ପରେ ମଧ୍ୟ କର ଦେବାରେ ବିଫଳ ହୋଇଛନ୍ତି, ତାଙ୍କ ଉପରେ ବାକି ପଡିଥିବା କର ଉପରେ ମାସିକ ଏକ ପ୍ରତିଶତ ହାରରେ ସୁଧ ଦେବାର ବ୍ୟବସ୍ଥା ରହିଛିି ।
ଏହି ନିୟମରେ ସରକାର ପରିବର୍ତ୍ତନ ଆଣିଛନ୍ତି । ନୂଆ ନିୟମ ମୁତାବକ, ପ୍ରମୁଖ ମୁଖ୍ୟ କମିଶନର, ମୁଖ୍ୟ କମିଶନର, ପ୍ରଧାନ କମିଶନର ବା କମିଶନର ର୍ୟାଙ୍କର ଅଧିକାରୀ ସୁଧ ରାଶିକୁ କମ ବା ଛାଡ କରିପାରିବେ । ଏହି ଅଧିକାରୀ ଏହି ସବୁ ର୍ୟାଙ୍କର ଅଧିକାରୀଙ୍କୁ ସରକାର ପ୍ରଦାନ କରିଛନ୍ତି । ୟୁନିୟନ ଡାଇରେକ୍ଟ ଟ୍ୟାକ୍ସ ବୋର୍ଡ (ସିବିଡିଟି) ତରଫରୁ ଜାରି ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ।
ବିଜ୍ଞପ୍ତି ମୁତାବକ, ପ୍ରମୁଖ ମୁଖ୍ୟ କମିଶନର ର୍ୟାଙ୍କର ଅଧିକାରୀ ୧.୫ କୋଟି ଟଙ୍କାରୁ ଅଧିକ ସୁଧ ବାକି ଥିଲେ ତାହାକୁ ଛାଡ ବା ରିହାତି ଦେବାର ନିଷ୍ପତ୍ତି ନେଇପାରିବେ । ସିସିଆଇଟି ର୍ୟାଙ୍କର ଅଧିକାରୀ ୫୦ ଲକ୍ଷ ଟଙ୍କାରୁ ୧.୫ କୋଟି ଟଙ୍କା ମଧ୍ୟରେ ବାକି ସୁଧ ଉପରେ ନିଷ୍ପତ୍ତି ନେବେ ଓ ପିଆରସିଆଇଟି ବା ଆୟକର କମିଶନର ୫୦ ଲକ୍ଷ ପର୍ଯ୍ୟନ୍ତ ବାକି ସୁଧ ପଇଠ ଉପରେ କୌଣସି ନିଷ୍ପତ୍ତି ନେଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
ତେବେ ଏଥିପାଇଁ ତିନୋଟି ସର୍ତ୍ତ ରହିଛି । ବାକି ସୁଧ ପଇଠରେ କରଦାତାଙ୍କୁ ବାସ୍ତବରେ ସମସ୍ୟା ହେବ ବା ହୋଇପାରେ, ସୁଧ ପଇଠ କରଦାତାଙ୍କ ସାମର୍ଥ୍ୟ ବାହାରେ ଥିବ ବା କରଦାତା କର ନିର୍ଦ୍ଧାରଣ ସମ୍ବନ୍ଧିତ ଯାଞ୍ଚରେ କର ଆଦାୟ କାଳରେ ସହଯୋଗ କରିଥିବାରୁ ଅଧିକାରୀ ବାକି ଥିବା ସୁଧ ଉପରେ ରିହାତି ବା ଛାଡ ପରି ନିଷ୍ପତ୍ତି ନେଇପାରିବେ ।