fbpx

Oh My God… କିଛି ବର୍ଷରେ ୧୦୦ କୋଟି ଯୁବବର୍ଗ ହୋଇଯିବେ ବଧିର! କ’ଣ କହୁଛି WHO ରିପୋର୍ଟ

ଓଡ଼ିଶା ଭାସ୍କର: ଆଜିକାଲିର ଯୁବଗୋଷ୍ଠୀ ଅଧିକାଂଶ ସମୟରେ କାନରେ ଇୟରବଡ୍, ହେଡ୍ ଫୋନ୍ କିମ୍ବା ଇୟରଫୋନ୍ ଇତ୍ୟାଦି ଲଗାଇ ବୁଲୁଥାନ୍ତି । ଯାହାଫଳରେ ସେମାନଙ୍କୁ ତାଙ୍କ ଚାରିପାଖରେ ଘଟୁଥିବା ବିଭିନ୍ନ ଘଟଣା ବିଷୟରେ ମଧ୍ୟ ଜଣାପଡ଼େ ନାହିଁ । କିନ୍ତୁ ଥରେ ଚିନ୍ତା କରନ୍ତୁ, ଯଦି ସତରେ ଲୋକମାନେ ସମସ୍ତେ ବଧିର ହୋଇ ଯାଆନ୍ତି, ତେବେ କ’ଣ ହେବ? ଏକଥା ଭାବିଲେ ହୁଏତ ଭୟ ଲାଗୁଥିବ, କିନ୍ତୁ କଥାଟି ସତ । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବେଠାରୁ ସତର୍କ ସୂଚନା ଦେଇ ସାରିଛି । ଆସନ୍ତା କିଛି ବର୍ଷ ମଧ୍ୟରେ ୧୦୦ କୋଟିରୁ ଅଧିକ ଯୁବକ-ଯୁବତୀ ବଧିର ହୋଇଯିବା ନେଇ ଡବ୍ଲୁଏଚଓର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମେକ୍ ଲିସନିଙ୍ଗ ସେଫ ଗାଇଡଲାଇନ୍ସରେ ଅନୁମାନ କରାଯାଉଛି ଯେ, ୨୦୫୦ ସୁଦ୍ଧା ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଯୁବକ-ଯୁବତୀ ବଧିର ହୋଇପାରନ୍ତି ବା ଶୁଣିବା ଶକ୍ତି ହରାଇପାରନ୍ତି । ଏହି ଯୁବବର୍ଗର ବୟସ ପ୍ରାୟତଃ ୧୨-୩୫ ବର୍ଷ ମଧ୍ୟରେ ରହିବ । ଶୁଣିବାର ଏକ ଖରାପ ଅଭ୍ୟାସ ହିଁ ଏହାର କାରଣ ହୋଇପାରେ ବୋଲି ଗାଇଡଲାଇନ୍ସରେ କୁହାଯାଇଛି । ବର୍ତ୍ତମାନ ପ୍ରାୟ ୫୦% ଯୁବବର୍ଗ(୧୨-୩୫ ବର୍ଷ) ବିଭିନ୍ନ କାରଣରୁ ଶ୍ରବଣ ଶକ୍ତି ହରାଇ ସାରିଛନ୍ତି । ଏଥିରୁ ୨୫ ପ୍ରତିଶତ ଲୋକେ ଇୟରଫୋନ୍, ଇୟରବଡ୍ ଏବଂ ହେଡଫୋନ୍ ଇତ୍ୟାଦି ଡିଭାଇସରେ ଅତ୍ୟଧିକ ସାଉଣ୍ଡରେ ଲଗାତାର କିଛି ଶୁଣିବା ଅଭ୍ୟାସ ରଖିଛନ୍ତି । ସେହିପରି ୫୦%ଲୋକେ ଲମ୍ବା ସମୟ ପର୍ଯ୍ୟନ୍ତ ଲାଉଡ୍ ମ୍ୟୁଜିକ ବା ମନୋରଞ୍ଜନ ହେଉଥିବା ବିଭିନ୍ନ ସାର୍ବଜନିକ ସ୍ଥାନରେ ରହିବା ସହ ଏସବୁର ସମ୍ପର୍କରେ ଆସିଥାନ୍ତି । ତେବେ ଏହିସବୁ ଡିଭାଇସ ଅଧିକ ବ୍ୟବହାର କରିବା ଆପଣଙ୍କୁ ବଧିର କରାଇପାରେ ।

ପର୍ସନାଲ ଡିଭାଇସ ଗୁଡ଼ିକର ଶବ୍ଦର ସ୍ତର ସାଧାରଣତଃ ୭୫-୧୩୬ ଡେସିବେଲ ରହିଥାଏ । ତେବେ ଏହା ବିଭିନ୍ନ ଦେଶରେ ପରିବର୍ତ୍ତନ ହୋଇପାରେ । ତେଣୁ ୟୁଜର୍ସମାନଙ୍କୁ ନିଜ ଡିଭାଇସ ଗୁଡ଼ିକର ଭଲ୍ୟୁମ ୭୫-୧୦୫ ଡେସିବେଲ ମଧ୍ୟରେ ରଖିବା ଉଚିତ୍ । ତେବେ ୨୦-୩୦ ଡେସିବେଲ ଭଲ୍ୟୁମରେ ଡିଭାଇସ ବ୍ୟବହାର କରିବା କାନ ପାଇଁ ସୁରକ୍ଷିତ ବୋଲି ଡାକ୍ତର ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଏହିସବୁ ଡିଭାଇସ୍ ଖୁବ କମ୍ କିମ୍ବା ସୀମିତ ସମୟ ପାଇଁ ବ୍ୟବହାର କରିବା ଦ୍ୱାରା ଆପଣ ଏଭଳି ବିପଦକୁ ଏଡ଼ାଇ ପାରନ୍ତି । ଲଗାତାର ଦୀର୍ଘ ସମୟ ପାଇଁ ଏହାକୁ ବ୍ୟବହାର କଲେ, କାନର ସେନ୍ସରୀ ସେଲ୍ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥାଏ ।

ଏହିସବୁ ଡିଭାଇସ୍ ବ୍ୟବହାର କରିବା ଦ୍ୱାରା ଆକ୍ରାନ୍ତ କରିଥିବା ବଧିରତା କେବେ ଭଲ ହୋଇପାରିବ ନାହିଁ। ଲଗାତାର ଦୀର୍ଘ ସମୟ ପାଇଁ ଉଚ୍ଚ ସ୍ୱର ଶୁଣିଲେ, ଉଚ୍ଚ ଫ୍ରିକ୍ୱେନ୍ସି ସ୍ନାୟୁ ନଷ୍ଟ ହୋଇଯାଏ । ଏହା ସୁସ୍ଥ ହୋଇପାରିବ ନାହିଁ । ଏହି ସ୍ନାୟୁକୁ ଭଲ କରିବା ପାଇଁ କୌଣସି ଅସ୍ତ୍ରୋପଚାର କିମ୍ବା କୌଣସି ଔଷଧ କାମ ଦିଏନାହିଁ। ତେଣୁ ଯଥାସମ୍ଭବ ଏଭଳି ଡିଭାଇସ କମ୍ ବ୍ୟବହାର କରିବା ଦ୍ୱାରା ହିଁ ଆପଣ ନିଜ କାନକୁ ସୁସ୍ଥ ରଖିପାରିବେ ।

Get real time updates directly on you device, subscribe now.