fbpx
BSKY
BJD SHG SKY
BJD YOUTH SKY

ୟୁକ୍ରେନ-ରୁଷିଆ ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡ଼ି ନପାରେ, ଜାଣନ୍ତୁ କ’ଣ ରହିଛି ଆର୍ଥିକ ଗଣିତ

ନୂଆଦିଲ୍ଲୀ: ବର୍ତ୍ତମାନ ରୁଷିଆ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏଭଳି ସ୍ଥିତିରେ ଭାରତ ଉପରେ ଏହି ଯୁଦ୍ଧର ପ୍ରଭାବ ପଡ଼ିବ ବୋଲି ପୂର୍ବରୁ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । ଭାରତ ନିଜର ଆବଶ୍ୟକତାର ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଏ । ରୁଷ ବିଶ୍ୱର ଦ୍ୱିତୀୟ ତୈଳ ରପ୍ତାନୀକାରୀ ଓ ତୃତୀୟ ଉତ୍ପାଦନକାରୀ ରାଷ୍ଟ୍ର ଅଟେ । ରୁଷ୍ ଦୈନିକ ୫୦ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନୀ କରିଥାଏ । ଏସିଆର ୪୨ ପ୍ରତିଶତ, ୟୁରୋପର ୪୮ ପ୍ରତିଶତ ତୈଳ ଆବଶ୍ୟକତାକୁ ରୁଷ୍ ପୂରଣ କରିଥାଏ । ତେଣୁ ଯୁଦ୍ଧ ପାଇଁ ଉତ୍ପାଦନ, ରପ୍ତାନୀ, ଆମଦାନୀ ନିଶ୍ଚିତ ଭାବେ ବାଧାପ୍ରାପ୍ତ ହେବ । ତେଣୁ ଆଗାମୀ ଦିନରେ ତୈଳ ଦର ବୃଦ୍ଧି ହେବ ବୋଲି ଖୁବ୍ ଚର୍ଚ୍ଚା ହେଉଥିଲା ।

ତେବେ ତୈଳର ବର୍ଦ୍ଧିତ ଦରରୁ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି । ତେଣୁ ସରକାର ଅଶୋଧିତ ତୈଳ ଆମଦାନୀ ଦରକୁ ବୃଦ୍ଧି କରିବା ସହ ଟ୍ରେଡ ଡେଫିସିଟକୁ ହ୍ରାସ କରିପାରନ୍ତି । ଏହି ସ୍ଥିତିରେ ନ୍ୟାସନାଲ ଅଏଲ ଷ୍ଟକରୁ ଅଧିକ ତୈଳ ବାହାର କରିବା ପାଇଁ ଯୋଜନା କରାଯାଉଛି । ଷ୍ଟକ ଅଏଲରୁ ଗତ ନଭେମ୍ବର ମାସରେ ୫ ମିଲିୟନ ବ୍ୟାରେଲ ତୈଳ କଢ଼ା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୩.୫ ମିଲିୟନ ବ୍ୟାରେଲ ବାହାର କରାସରିଛି ।

ତେବେ ସରକାରଙ୍କ ହସ୍ତକ୍ଷେପ ପରେ ତୈଳ ଦର ବୃଦ୍ଧିରେ କିଛିଟା ଆଶ୍ୱସ୍ତି ମିଳିପାରେ । ସେହିପରି ଭାରତର ରପ୍ତାନୀ କ୍ଷେତ୍ରରେ ରୁଷର ଶେୟାର ୦.୮ ପ୍ରତିଶତ ରହିଥିବା ବେଳେ ଆମଦାନୀ କ୍ଷେତ୍ରରେ ୧.୫ ପ୍ରତିଶତ ଅଟେ । ତେଣୁ ଆର୍ଥିକ ଦୃଶ୍ୟପଟ୍ଟରୁ ଦେଖିଲେ ଦୁଇଦେଶ ମଧ୍ୟରେ ବାଣିଜ୍ୟ ସେତେଟା ଅଧିକ ନୁହେଁ । ସେହିପରି ୟୁକ୍ରେନ ସହିତ ମଧ୍ୟ ଭାରତର ବାଣିଜ୍ୟ ବହୁତ କମ ଅଟେ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଯୁଦ୍ଧର ପ୍ରଭାବ ଭାରତ ଉପରେ ବେଶି ମାତ୍ରାରେ ପଡ଼ିବ ନାହିଁ ।

Get real time updates directly on you device, subscribe now.