fbpx

ମହାମାରୀ କରୋନା ପାଇଁ ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ଅନଲାଇନ ପରୀକ୍ଷାକୁ ଘୁଞ୍ଚାଯାଇଛି । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ ଓଜେଇଇ ପରୀକ୍ଷା ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ହେବାର ଥିଲା । ଓଜେଇଇ ପରୀକ୍ଷା ପାଇଁ ଓଡ଼ିଶାରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଅକ୍ଟେବାର ମାସରେ ପରୀକ୍ଷା ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପରୀକ୍ଷା ପାଇଁ ସ୍ପଷ୍ଟ ତାରିଖ ଘୋଷଣା କରାଯାଇନାହିଁ ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୨୭୮୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬୩୬୪ଜଣ ସୁସ୍ଥ ହୋଇଛନ୍ତି ଓ ୫୫୬ଜଣଙ୍କର ମୃତ୍ୟୁ ଘଟିଛି । ତେଣୁ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଓଜେଇ ପରୀକ୍ଷା ଘୁଞ୍ଚାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.