fbpx

Ola ଇଲେକ୍ଟ୍ରିକ ସ୍କୁଟରର ବମ୍ପର ସେଲ, ଜୁନରେ ହେଲା ଏତିକି ବିକ୍ରି

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଇଲେକ୍ଟ୍ରିକ ସ୍କୁଟରର ଡିମାଣ୍ଡ ମାର୍କେଟରେ ବଢିବାରେ ଲାଗିଛି । ଏହି ଇଭି ସେଗମେଣ୍ଟରେ ଓଲା ମାର୍କେଟରେ ରାଜୁତି କରୁଛି । ଜୁନ ୨୦୨୪ରେ ଓଲା ଇଲେକ୍ଟ୍ରିକ ଗାଡି ରେଜିଷ୍ଟ୍ରେସନ ସଂଖ୍ୟାରେ ବହୁତ ବଢିଛି । ୨୦୨୩ ତୁଳନାରେ ଚଳିତ ବର୍ଷ ୧୦୭ ପ୍ରତିଶତ ଅଧିକ ହୋଇଛି । ଜୁନ ୨୦୨୪ରେ କମ୍ପାନୀକୁ ଟୋଟାଲ ୩୬ ହଜାର ୭୧୬ ରେଜିଷ୍ଟ୍ରେସନ ମିଳିଛି ।

Ola କହିବାନୁଯାୟୀ, ବର୍ତ୍ତମାନ ଏହି ସମୟରେ ବିକ୍ରିକୁ ଦେଖି ଇଲେକ୍ଟ୍ରିକ ଟୁ-ହ୍ୱିଲର ସେଗମେଣ୍ଟରେ ବଜାରରେ କମ୍ପାନୀର ମାର୍କେଟରେ ୪୬ ପ୍ରତିଶତ ଭାଗୀଦାରୀ ରହିଛି । ଆର୍ଥିକ ବର୍ଷ ୨୦୨୪ ଏବଂ ଆର୍ଥିକ ବର୍ଷ ୨୫ ଆରମ୍ଭର ୩ମାସର ରେଜିଷ୍ଟ୍ରେସନ କଥା କହିବାକୁ ଗଲେ, ଆର୍ଥିକ ବର୍ଷ ୨୫ରେ ଗତବର୍ଷ ତୁଳନାରେ ୫୭ ପ୍ରତିଶତ ଅଧିକ ରେଜିଷ୍ଟ୍ରେସନ ହୋଇଛି ।

ଓଲା ଇଲେକ୍ଟ୍ରିକ ଚଳିତ ବର୍ଷ ୨୦୨୪ର ଆରମ୍ଭର ୬ ମାସରେ ୨ ଲକ୍ଷରୁ ଅଧିକ ୟୁନିଟ୍ସ ପାଇଁ ରେଜିଷ୍ଟ୍ରେସନ ହାସଲ କରିଛି । ଏଥିସହ ଏହା ପ୍ରଥମ ଟି-ହ୍ୱିଲର କମ୍ପାନୀ ହୋଇଯାଇଛି । ଯାହା ୬ ମାସରେ ଏହି ସଂଖ୍ୟା ପାର କରିସାରିଛି । କମ୍ପାନୀ କହିବାନୁଯାୟୀ, ଚଳିତ ବର୍ଷ ଓଲାକୁ ଏହି ୬ ମାସରେ ଏପର୍ଯ୍ୟନ୍ତ ୨.୨୮ ହ୍ୱିକିଲ୍ସ ପାଇଁ ରେଜିଷ୍ଟ୍ରେସନ ମିଳିସାରିଛି ।

Get real time updates directly on you device, subscribe now.