fbpx
BJD SKY
BJD SKY

ମାନିବାକୁ ପଡ଼ିବ ବୃଦ୍ଧଙ୍କ ସାହସ, ୨୮ ପତ୍ନୀଙ୍କ ସାମ୍ନାରେ କଲେ ୩୭ ତମ ବିବାହ

BJD

ପୁରୁଣା କାଳରେ ରାଜା ମହାରାଜ ମାନେ ଏକାଧିକ ବିବାହ କରୁଥିବା ନେଇ ଆମେ ଜାଣିଛେ । କିନ୍ତୁ ଆଜିକା ମଡର୍ଣ୍ଣ ସୋସାଇଟିରେ ଏକାଧିକ ବିବାହକୁ ନାପସନ୍ଦ କରାଯାଉଛି । କିନ୍ତୁ ଏହି ବ୍ୟକ୍ତିଙ୍କ ସହ ତାହା ହୋଇନାହିଁ । କାରଣ ଏହି ବ୍ୟକ୍ତି ଜଣକ ୩୭ ଥର ବିବାହ କରିଛନ୍ତି ।

ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୃଦ୍ଧ ୩୭ ତମ ବିବାହ କରୁଥିବାର କୁହାଯାଉଛି ଆଉ ତାହାବି ପୁଣି ତାଙ୍କର ୨୮ ଜଣ ସ୍ତ୍ରୀଙ୍କ ସାମ୍ନାରେ । ଖାଲି ସେତିକି ନୁହେଁ ଏହି ସମୟରେ ତାଙ୍କର ୩୫ ପୁଅଝିଅ ଏବଂ ୧୨୬ ନାତିନାତୁଣୀ ମଧ୍ୟ ଉପସ୍ଥିତ ରହିଥିଲେ । ଆଉ ବର୍ତ୍ତମାନ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଆଇପିଏସ ଅଫିସର ରୁପିନ ଶର୍ମା ଶେୟାର କରିଛନ୍ତି, ଏବଂ ଲେଖିଛନ୍ତି ସାହସୀ ଲୋକ ଯିଏକି ୨୮ ସ୍ତ୍ରୀଙ୍କ ଆଗରେ ୩୭ ତମ ବିବାହ କରୁଛନ୍ତି ।

ତେବେ ଏହି ଭିଡିଓଟି ଗତ ବର୍ଷର ବୋଲି କୁହାଯାଉଛି, ଯାହା ପୁଣି ଥରେ ଭାଇରାଲ ହେଉଛି । ୟୁଜର୍ସ ଭିଡିଓରେ ଅନେକ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି ।

Get real time updates directly on you device, subscribe now.