fbpx

ଗଛ ଚଢିବା ପାଇଁ ଲାଗିଲା ମହାଯୁଦ୍ଧ: ଭାଇରାଲ ହେଉଛି ଗୋଟିଏ ଡଜନ କୋବ୍ରାଙ୍କ ଲଢେଇର ଏହି ଭିଡିଓ

ସାପକୁ ନେଇ ଅନେକ ମଜାଦାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । କେବେ ସାପ ସହ ଅନ୍ୟ ଜୀବଜନ୍ତୁଙ୍କ ଲଢେଇ ତ କେବେ ନିଜ ଭିତରେ । ତା ଛଡା ଏମିତି ଆହୁରି ଅନେକ ଭିଡିଓ ବି ସୋଶିଆଲ ମିଡିଆରେ ଘୁରି ବୁଲୁଛି । କିନ୍ତୁ ପ୍ରକୃତରେ ସାପକୁ ନେଇ ସମସ୍ତଙ୍କ ମନରେ ଭୟ ଚରମ ସୀମାରେ ରହିଥାଏ । ତେବେ ଯଦି କଥା କିଙ୍ଗ କୋବ୍ରାକୁ ନେଇ ଉଠେ ତ ଏହି ଭୟ ଆତଙ୍କରେ ପରିଣତ ହୋଇଯାଏ । କାରଣ ସବୁ ସାପଙ୍କ ଭିତରେ ଭୟଙ୍କର ଏବଂ ବିଷାକ୍ତ ସାପ ହେଉଛି କୋବ୍ରା ।

ତେବେ ସେମିତି ଏକ ଭିଡିଓ ଏବେ ଭାଇରାଲ । କିଛି କୋବ୍ରାଙ୍କ ମଧ୍ୟରେ ଏହି ଭଳି ଏକ ଲଢେଇ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଛୋଟ ଗଛରେ ଚଢିବା ପାଇଁ କିଛି କୋବ୍ରା ନିଜ ନିଜ ଭିତରେ ଯୁଦ୍ଧ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିବା ପରେ ପ୍ରାୟ ଲୋକଙ୍କ ଲୋମ ଟାଙ୍କୁରୀ ଉଠିଥିବ । ଏତେ ଗୁଡାଏ କିଙ୍ଗ କୋବ୍ରାଙ୍କୁ ଏକାଠି ହୁଏତ କେବେ କେହି ଦେକି ନଥିବେ ।

 

View this post on Instagram

 

A post shared by ?SNAKE WORLD? (@snake._.world)

ସ୍ନେକ ୱାର୍ଲଡ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅପଲୋଡ ଏମିତି ଏକ ବିରଳ ଦୃଶ୍ୟ । ସମସ୍ତ କୋବ୍ରା ନିଜ ଶକ୍ତି ସାହାଯ୍ୟରେ ଗଛର ଡାଳ ଉପରେ କବଜା କରିବାକୁ ଚାହୁଁଛନ୍ତି । ସେଥିପାଇଁ ନିଜ ନିଜ ଭିତରେ ଆରମ୍ଭ କରି ଦେଇଛନ୍ତି ଲଢେଇ । ଅପଲୋଡ ହେବା ମାତ୍ରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରି ଚାଲିଛନ୍ତି ।

 

Get real time updates directly on you device, subscribe now.