fbpx
BJD SKY
BJD SKY

ଏସ୍.ପିଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ: ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ

BJD

ଗଞ୍ଜାମ: ଗଞ୍ଜାମ ଏସ.ପିଙ୍କ ଅଫିସ ସାମନାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଅଫିସ ଆଗରେ ଜଣେ ଯୁବକ ଆତ୍ମାହୁତି ପାଇଁ ଉଦ୍ୟମ କରିଛନ୍ତି । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଏହି ଯୁବକ । ପେଟ୍ରୋଲ ଏବଂ ନିଆଁ ଲାଗିବା ପରେ ହୁତୁହୁତୁ ହୋଇ ଯୁବକ ଜଣକ ଜଳିବାକୁ ଲାଗିଥିଲେ ।

ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଆତ୍ମାହୁତି ଭଳି ନିଷ୍ପତ୍ତି କାହିଁକି ନେଲେ ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାରନ୍ଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହି ଯୁବକଙ୍କ ପରିଚୟ ମିଳିପାରିଛି । ସ୍ଥାନୀୟ ଛତ୍ରପୁର ବୋରିଗାଁର ବାଦଲ ସାହୁ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.