fbpx
BJD SKY
BJD SKY

‘ମୁଁ ଜୀବିତ ଅଛି’: ବଞ୍ଚିଛନ୍ତି ବୋଲି ପ୍ରମାଣ କରିବାକୁ ବୃଦ୍ଧଙ୍କ ଅଜବ ଅନ୍ଦାଜ….

BJD

ଜଣେ ଲୋକ ଜୀବିତ ଅଛି । ଏଥିପାଇଁ କ’ଣ ପ୍ରମାଣ ଆବଶ୍ୟକ । କିନ୍ତୁ ହରିୟାଣାର ରୋହତକ ଜିଲ୍ଲାରେ ୧୦୨ ବର୍ଷୀୟ ବୁଦ୍ଧ ନିଜକୁ ଜୀବିତ ପ୍ରମାଣ କରିବାକୁ ପଡ଼ିଛି । ଆଉ ସେ ଏକ ଭିନ୍ନ ଉପାୟରେ ଜୀବିତ ଥିବା ନେଇ ମଧ୍ୟ କହିଛନ୍ତି ।

ଦୁଲି ଚନ୍ଦ ନାମକ ଜଣେ ବ୍ୟକ୍ତି ଜୀବିତ ଥିବା ପ୍ରମାଣ କରିବା ପାଇଁ ରଥରେ ବସି ଏକ ଶୋଭାଯାତ୍ରା କରି,  ବ୍ୟାଣ୍ଡ୍ ବାଜା ସହ ସରକାରୀ ଅଧିକାରୀଙ୍କ ସାମ୍ନାରେ ପହଞ୍ଚିଥିଲେ । ପ୍ରକୃତରେ ରାଜ୍ୟର ସରକାର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ । ଯାହାପରେ ସେ ଏଭଳି ପଦକ୍ଷେପ ନେଇଥିଲେ ।

ଆମ ଆଦମୀ ପାର୍ଟୀର ହରିୟାଣାର ପୂର୍ବତନ ଅଧ୍ୟକ୍ଷ ନବୀନ ଜୟହିନ୍ଦ ମଧ୍ୟ ତାଙ୍କ ସହ ପହଞ୍ଚିଥିଲେ । ଜୟହିନ୍ଦ୍ କହିଛନ୍ତି ଯେ ୧୦୨ ବର୍ଷୀୟ ବ୍ୟକ୍ତି ଜୀବିତ ଅଛନ୍ତି ଏବଂ ଏହାକୁ ପ୍ରମାଣ କରିବା ପାଇଁ ତାଙ୍କ ପାଖରେ ଆଧାର କାର୍ଡ, ବ୍ୟାଙ୍କ୍ ଷ୍ଟେଟମେଣ୍ଟ ରହିଛି । ଯେତେବେଳେକି ସରକାରୀ ରେକର୍ଡରେ ଦୁଲୀ ଚନ୍ଦଙ୍କୁ ମୃତ ଦର୍ଶାଯାଇଛି ଏବଂ ତାଙ୍କର ବୃଦ୍ଧାବସ୍ଥା ପେନ୍ସନ ରୋକାଯାଇଛି ।

ଦୁଲି ଚନ୍ଦ ତାଙ୍କ ସମର୍ଥକଙ୍କ ସହ ସରକାରୀ କାର୍ଯ୍ୟାଳୟ ରାସ୍ତାରେ ଲିଫ୍ଲେଟ ଧରି ପହଞ୍ଚିଥିଲେ । ସେଥିରେ ଲେଖାଯାଇଥିଲା ସେ ଜୀବିତ ଅଛନ୍ତି ବୋଲି ଲେଖାଯାଇଥିଲା ।

Get real time updates directly on you device, subscribe now.