fbpx

୧୫୯୩ କୋଟିରେ ଏହି କମ୍ପାନୀର ଅଧିଗ୍ରହଣ କରିବ Reliance Industries: ପଲିଷ୍ଟର କାରବାରକୁ ବିସ୍ତାର କରିବାକୁ ରଣନୀତି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ(RIL) ପଲିଷ୍ଟର ଚିପ୍ ଏବଂ ସୂତା ପ୍ରସ୍ତୁତ କରୁଥିବା କମ୍ପାନୀ ଶୁଭଲକ୍ଷ୍ମୀ ପଲିଷ୍ଟର୍ସ ଲିମିଟେଡକୁ ୧୫୯୨ କୋଟି ଟଙ୍କାରେ ଅଧିଗ୍ରହଣ କରିଛି । ଆରଆଇଏଲ ଶନିବାର ଶେୟାର ବଜାରକୁ ଦେଇଥିବା ସୂଚନାରେ କହିଛି ଯେ ରିଲାଏନ୍ସ ସବସିଡାରୀ କମ୍ପାନୀ ରିଲାଏନ୍ସ ପେଟ୍ରୋଲିୟମ ରିଟେଲ ଲିମିଟେଡ୍, ଶୁଭଲକ୍ଷ୍ମୀ ପଲିଷ୍ଟର୍ସ ଲିମିଟେଡ (SPL) ଏବଂ ଶୁଭଲକ୍ଷ୍ମୀ ପଲିଟେକ୍ସ ଲିମିଟେଡ(SPTex)ର ପଲିଷ୍ଟର କାରବାରର ଅଧିଗ୍ରହଣ କରିବା ପାଇଁ ଏକ ଡିଲ୍ କରିଛି ।

ଦିଆଯାଇଥିବା ସୂଚନା ଅନୂଯାୟୀ, ଶୁଭଲକ୍ଷ୍ମୀ ପଲିଷ୍ଟର୍ସ ଲିମିଟେଡ୍ ର ଅଧିଗ୍ରହଣ(SPL) ପାଇଁ ୧୫୨୨ କୋଟି ଟଙ୍କା ଏବଂ ଶୁଭଲକ୍ଷ୍ମୀ ପଲିଟେକ୍ସ ଲିମିଟେଡ (SPTex) ର ଅଧିଗ୍ରହଣ ୭୦ କୋଟି ଟଙ୍କାରେ କରିବା ପାଇଁ ଚୁକ୍ତି କରିଛି । ଏହିଭଳି ଭାବରେ ସମୁଦାୟ ୧୫୯୨ କୋଟି ଟଙ୍କା ନଗଦ ସହ ଅଧିଗ୍ରହଣ ହୋଇଛି ।

ଏସପିଏଲ ୨୦୨୦-୨୧ ରେ ୧୭୬୮.୩୯ କୋଟି ଟଙ୍କାର କାରବାର କରିଥିଲା ଯେତେବେଳେକି ଏହି ସମୟରେ ଏସପିଟେକ୍ସ ସମୁଦାୟ ୨୬୭.୪୦ କୋଟିର କାରବାର କରିଥିଲା । ଏହା ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କାଲିଫର୍ଣ୍ଣିଆ ସ୍ଥିତ ସୌର ଉର୍ଜା ସଫ୍ଟଓୟାର କମ୍ପାନୀ ସେନ୍ସହକରେ ୩.୨ କୋଟି ଡଲାର ଅର୍ଥାତ୍ ୨୫୬ କୋଟି ଟଙ୍କାରେ ୭୯.୪ ପ୍ରତିଶତ ଅଂଶ ଅଧିଗ୍ରହଣ କରିଥିଲା ।

Get real time updates directly on you device, subscribe now.