fbpx

ପୁଅ ଲୋଭରେ ୧୨ଟି ପିଲା ଜନ୍ମ କଲେ ୪୧ ବର୍ଷିୟା ମହିଳା, ପତି ବିକୁଛି ଚା’

ରାଜସ୍ଥାନ,୨୨ ।୧୧: ରାଜସ୍ଥାନର ଚୁରୂ ଜିଲ୍ଲାର ତାରାନଗର ତହସିଲରେ ୪୧ ବର୍ଷିୟା ଜଣେ ମହିଳା ପୁଅ ପାଇବା ଆଶାରେ ୧୨ ଥର ପ୍ରସବ କରାଇଛନ୍ତି । ଗତ ୨୦ ନଭେମ୍ବରରେ ଗୁଡୀ ନାମକ ଏହି ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ତେବେ ଗୁଡୀଙ୍କୁ ତାଙ୍କ ୧୧ଟି ପିଲାଙ୍କ ନାମ ଭଲରେ ଜଣାନଥିବା ବେଳେ ପୁଅ ଜନ୍ମକୁ ନେଇ ସେ ବହୁତ ଖୁସି ଅଛନ୍ତି । ଏହା ସହ ସେ କହିଛନ୍ତି ଯେ, ଗାଁରେ ପୁଅ ନହେବାରୁ ଲୋକମାନେ ତାଙ୍କୁ ଟାହିଟପରା କରିବା ସହ ବଂଶ ଆଗକୁ ନେବାକୁ ପୁଅ ଦରକାର ବୋଲି ପତି କହୁଥିଲେ ।

ଅନ୍ୟପଟେ ଗୁଡୀଙ୍କ ସ୍ୱାମୀ କୃଷ୍ଣା କୁମାରଙ୍କ ଗାଁରେ ଏକ ଚା’ ଦୋକାନ ରହିଛି । ସବୁଠାରୁ ବଡ ଝିଅକୁ ୨୨ ବର୍ଷ ହୋଇଥିବା ବେଳେ ଏହି ଦମ୍ପତ୍ତିଙ୍କ ୩ ଝିଅଙ୍କ ବିବାହ ମଧ୍ୟ ସରିଛି ବୋଲି ଜଣାପଡିଛି । ତେବେ ସରକାର ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ବହୁ ଯୋଜନା କରୁଛନ୍ତି । କିନ୍ତୁ ପୁଅ ପାଇବା ଆଶାରେ ଲୋକମାନେ ଏହି ଯୋଜନାକୁ ଅମାନ୍ୟ କରୁଛନ୍ତି ।

Get real time updates directly on you device, subscribe now.