fbpx
BSKY SKY
BSKY SKY

(Video)ହକି ବିଶ୍ୱ କପ ସହିତ ପୁଣି ଫେରିଲା ‘ଓଲି’,ଜାଣନ୍ତୁ କାହିଁକି ହକି ପୋଷ୍ଟରରେ ରହିଛି ଏହି କଇଁଛ ମାସ୍କଟ

BSKY

ଭୁବନେଶ୍ୱର:ହକି ବିଶ୍ୱକପ ପାଇଁ ଏବେ ଦୁଇ ସ୍ମାର୍ଟ ସିଟି ତଥା ରାଉରକେଲା ଆଉ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସଜ୍ଜିତ ହୋଇଛି । ଏହା ପାଇଁ ରାସ୍ତା ଘାଟ ଠାରୁ ଆରମ୍ଭ କରି ସବୁ ଠାରେ ବଡ ବଡ ପୋଷ୍ଟ ମଧ୍ୟ ଲାଗିଛି । ଆପଣ ମୋବସ ଷ୍ଟପ ହେଉ ଅବା କୌଣସି ହୋଡିଙ୍ଗ ବୋର୍ଡରେ ହକି ୱାର୍ଲକପର ଫଟୋ ସହିତ ଏକ କଇଁଛ ହକି ଷ୍ଟିକ ଧରି ଛିଡା ହୋଇଥିବାର ନିଶ୍ଚୟ ଦେଖିଥିବେ । ତେବେ ଆପଣ ନିଶ୍ଚୟ ଭାବୁଥିବେ ଏହି କଇଁଛ କାହିଁକି ରହିଛି । ଏହା ପୂର୍ବଥର ମଧ୍ୟ ହକି ବିଶ୍ୱକପରେ ଏହି କଇଁଛ ମାସ୍କଟ ଯାହାର ନାମ ‘ଓଲି’ ରଖାଯାଇଛି ତାହା ଉନ୍ମୋଚନ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହା ବାସ୍ତବରେ କେଉଁ ସୂଚନା ଦେଇଥାଏ ।

ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣରେ ବିଲୁପ୍ତପ୍ରାୟ ଅଲିଭ ରିଡଲେ କଇଁଛ ମାନେ ସାମୁହିକ ଅଣ୍ଡାଦାନ କରିଥାଆନ୍ତି । ଏହି ବିଲୁପ୍ତପ୍ରାୟ ଜାତିର କଇଁଛ ମାନେ ଫେବୃୟାରୀ ମାସର ତୃତୀୟ ସପ୍ତାହଠାରୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡାଦାନ ପାଇଁ ଦଳଦଳ ହୋଇ ଓଡିଶା ମୁହାଁ ମାଡ଼ିଆସନ୍ତି । ଯାହା ପାଇଁ ଓଡିଶାର ଏହି ଉପକୂଳସ୍ଥ ବେଳାଭୂମି ଅଲିଭ ରିଡ଼ଲେ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପାଇଁ ପୃଥିବୀ ପ୍ରସିଦ୍ଧ । ଗତବର୍ଷ ପ୍ରାୟ ୩.୮ ଲକ୍ଷ କଇଁଚ ଅଣ୍ଡାଦାନ ପାଇଁ ଆସିଥିଲେ । ଏ ବର୍ଷ ଏହି ସଂଖ୍ୟା ବୃଦ୍ଧି ହେବ ଆଶା କରାଯାଏ । ରାଜ୍ୟ ସରକାର ତଥା ଋଷିକୁଲ୍ୟା କଇଁଛ ସଂରକ୍ଷଣ କମିଟି ଏମାନଙ୍କ ସୁରକ୍ଷା ତଥା ସୁରକ୍ଷିତ ଅଣ୍ଡାଦାନ ନିମନ୍ତେ ସମୁଚିତ ପଦକ୍ଷେପ ନେଇଛନ୍ତି ।

କିନ୍ତୁ ଓଡ଼ିଶାର ଏହି ବିରଳ କଇଁଛଙ୍କ ଜୀବନ ଏବେ ବିପଦରେ। ସମୁଦ୍ରର ତଟବର୍ତ୍ତି ଅଞ୍ଚଳର ଅସୁରକ୍ଷା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ସହିତ ମାଳ ମାଳ ମାଛଧରା ଟ୍ରଲରେ ପିଟି ହେଇ ସେମାନେ ଜୀବନ ହାରୁଛନ୍ତି । ସରକାର ଏହପାଇଁ ବିଭିନ୍ନ କଟକଣା ମଧ୍ୟ ଲଗେଇଛି କିନ୍ତୁ କଟକଣା ସତ୍ତ୍ୱେ ଅନେକଗୁଡ଼ିଏ ମାଛଧରା ଟ୍ରଲର ବେଖାତିର ଭାବେ ନିଜ କାର୍ଯ୍ୟ କଳାପ କରୁଛନ୍ତି । ପ୍ରକୃତିର ସୁରକ୍ଷା ଦୃଷ୍ଟିରୁ ଏହି ବିରଳ ପ୍ରଜାତିର କଇଁଛଙ୍କ ଜୀବନ ସୁରକ୍ଷା ପାଇଁ ଓଡିଶା ମେରାଇନ ଫିଶିଙ୍ଗ ରେଗୁଲେଟୋରି ଆକ୍ଟ (ଓମଫ୍ରା)ଅନୁଯାୟୀ ମତ୍ସଜୀବୀଙ୍କ ମାଛ ଧରିବା ପାଇଁ ବିଭିନ୍ନ କଟକଣା ଲଗାଇ ଦିଆଯାଇଥାଏ। କିନ୍ତୁ ଏହି ଆଇନକୁ ଅବମାନନା କରିବାରୁ ବହୁ ଅଲିଭ ରିଡ଼ଲେ ମୃତ୍ୟୁ ମୁଖରେ ପଡୁଛନ୍ତି। ସୂଚନାମୁତାବକ ମୁଖ୍ୟ ବନ୍ୟ ସଂରକ୍ଷକ ଦେଇଥିବା ରିପୋର୍ଟ୍ ଅନୁଯାୟୀ ବର୍ଷକୁ ହାରାହାରି ୫ ରୁ ୭ ହଜାର କଇଁଛଙ୍କ ମୃତ୍ୟୁ ହେଉଛି।ପ୍ରତ୍ୟେକ ବର୍ଷ ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଖର୍ଚ୍ଚ ହେଉଥିବା ବେଳେ ବିଭାଗର ଦାୟୀତ୍ୱହୀନତା କଇଁଛ ସୁରକ୍ଷା ପ୍ରହସନ ଭଳି ହୋଇଛି । ଏଭଳି ହେଲେ ଆଗାମୀ ଦିନରେ ବିରଳ ଅଲିଭ ରିଡ଼ଲେ କଇଁଛ ଦେଖିବାକୁ ମିଳିବନି ବୋଲି ପରିବେଶବିତ ମାନେ ଆଶଙ୍କା ପ୍ରକାଶ କରିଥିବା ବେଳେ ପ୍ରତ୍ୟେକ ବର୍ଷ ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଖର୍ଚ୍ଚ ହେଉଛି ।

ତେବେ ଲୋକ ମାନଙ୍କ ଭିତରେ ଏହି ସଚେତନତା ଜାଗୃତ କରିବା ପାଇଁ ହକି ବିଶ୍ୱକପ୍ ରେ ମୁଖ୍ୟମନ୍ତ୍ରୀ ‘ଓଲି’ ନାମକ ମାସ୍କଟ ଲଞ୍ଚ କରିଥିଲେ। କେବଳ ଏତିକି ନୁହେଁ ରାଜଧାନୀର ରାସ୍ତ କାନ୍ଥରେ ମଧ୍ୟ ଅଲିଭ ରିଡ଼ଲେର ଚିତ୍ର ଅଙ୍କା ଯାଇଥିଲା । ‘ଓଲି ‘ ବିପଦରେ ଥିବା ଅଲିଭ୍ ରିଡଲେ ସମୁଦ୍ର କଇଁଛକୁ ପ୍ରତିପାଦିତ କରେ ଯାହା ସମୁଦ୍ରରେ ହଜାରେ କିଲୋମିଟର ଯାତ୍ରା କରି ଅଣ୍ଡାଦାନ ପାଇଁ ଓଡିଶାର ରୁଶିକୁଲିଆ ଏବଂ ଗହିରମାଥା ବେଳାଭୂମିରେ ପ୍ରତିବର୍ଷ ଆସି ପହଞ୍ଚନ୍ତି। ଜନ ସଚେତନ ପାଇଁ ଏହା ଏକ ନିଆଁର ପ୍ରାୟଶ। ତେବେ ବିଶ୍ୱକପ ପୁଣି ଥରେ ଓଡ଼ିଶାରେ ହେବାକୁ ଥିବାବେଳେ ଓଲି ପୁଣି ଥରେ ରିଟର୍ନ କରିଛି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ଏହପାଇଁ ଏକ ପୋଷ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.