fbpx

ଓୱାଇସି ଗଡରେ କଂଗ୍ରେସ ଖୋଲିଲା ମୁଖ୍ୟ କାର୍ଯ୍ୟାଳୟ, ୫୫ବର୍ଷର ସ୍ୱପ୍ନ ହେଲା ପୂରଣ

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସ ନିଜର ୫୫ବର୍ଷର ସ୍ୱପ୍ନ ପୂରଣ କରିଛି । ହାଇଦ୍ରାବାଦରେ ଥିବା ଚାରମିନାର ଅଞ୍ଚଳରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ପ୍ରଥମ ଥର ପାଇଁ ନିଜର ମୁଖ୍ୟ କାର୍ଯ୍ୟାଳୟ ଉଦଘାଟନ କରିଛି । ଏଥର କଂଗ୍ରେସ କେବଳ କେସିଆରର ଟିଆରଏସକୁ ହଟାଇ ସରକାର ହେବା ପାଇଁ ପ୍ରୟାସ କରିବ ତାହା ନୁହେଁ । ଏହାସହ ସେ ଦକ୍ଷୀଣରେ ବିଜେପିର ଗତିକୁ ମଧ୍ୟ ରୋକିବା ପାଇଁ ଚେଷ୍ଟା କରୁଛି । ଏହି ଅଞ୍ଚଳରେ ଓୱାଇସିର ଏଆଇଏମଆଇଏମ ଭଲ ସଂପର୍କ ଅଛି । ସେଥିପାଇଁ କଂଗ୍ରେସ ସର୍ବଦା ଅଭିଯୋଗ ଆଣେ ଯେ, ଏଆଇଏମଆଇଏମ ମଧ୍ୟରେ ଭଲ ମିଳନ ଅଛି ।

ସୂଚନା ଅନୁସାରେ, ତେଲେଙ୍ଗାନା ରାଜ୍ୟର କଂଗ୍ରେସର ମୁଖ୍ୟ ରେବନ୍ତ ରେଡ୍ଡୀ ଆକ୍ରମଣାତ୍ମକ ରଣନୀତି ଅନୁସାରେ କାମ କରନ୍ତି । ତାଙ୍କ କହିବା ଅନୁସାରେ, ପ୍ରତ୍ୟେକ ୱାର୍ଡରେ କଂଗ୍ରେସର କାର୍ଯ୍ୟାଳୟ ଖୋଲିବା ଆବଶ୍ୟକ । ଏହା ହେଲେ ସେ ପ୍ରତ୍ୟେକ କାର୍ଯ୍ୟାଳୟ ଯାଇ ଭାଷଣ ଦେଇପାରିବେ । ଜଣେ କଂଗ୍ରେସ ନେତା ମୁତାବକ କଂଗ୍ରେସ ପାର୍ଟୀ ମୁସଲମାନ ବହୁଳ ଅଂଚଳ ଚାରମିନାରରେ ୧୯୬୭ ମସିହାରୁ ମୁଖ୍ୟ କାର୍ଯ୍ୟାଳୟ ଖୋଲିବା ପାଇଁ ଯୋଜନା କରି ଆସୁଥିଲା । ହେଲେ ଅସଦୁଦ୍ଦିନ ଓୱାଇସିଙ୍କ ପିତା ସୁଲ୍ତାନ ସଲାହୁଧୀନ ଓୱାଇସି ଜିତିବା ପରେ ଯୋଜନା ବଦଳି ଯାଇଥିଲା ।

ଏହି ସିଟରେ ୧୯୮୧ ମସିହାରେ ସୁଲ୍ତାନ ସଲାହୁଧୀନ ଏକ ନିଃଦଳୀୟ ପ୍ରାର୍ଥୀ ଭାବେ ଜିତିଥିଲେ । ଏହା ପରେ ୧୯୮୯ରେ ଏହି ସିଟରେ ଏନଆଇଏମଆଇଏମ ଉପରେ ଅଧିକାର ବଜାଇ ରଖିଛନ୍ତି । ସେଥିପାଇଁ ଏହି ଅଂଚଳରେ କଂଗ୍ରେସ କେବେ ନିଜ କାର୍ଯ୍ୟାଳୟ ଖୋଲି ପାରିନଥିଲା । କଂଗ୍ରେସ ପାର୍ଟୀର ଏକାତା ଦେଖାଇବା ପାଇଁ ହାଇଦ୍ରାବାଦର ଜିଲ୍ଲା ଅଧ୍ୟକ୍ଷ ସମୀର ବଲିଉଲ୍ଲାହ, ପୂର୍ବ ମନ୍ତ୍ରୀ ଡା. ଜି, ଚିନ୍ତ୍ରା ରେଡ୍ଡି , ପ୍ରବକ୍ତା ସୈୟନ୍ଦ ନିଜାମୁଦ୍ଦିନ, ମହାସଚିବ ଫିରୋଜ ଖାନ, ଉଜ୍ମା ଶାକିର ଏବଂ କିଛି ବରିଷ୍ଠ କଂଗ୍ରେସ ନେତା ମୁଖ୍ୟ କାର୍ଯ୍ୟଳୟର ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବଲିଉଲ୍ଲାହ କହିଛନ୍ତି ଯେ, ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ତେଲେଙ୍ଗାନାରେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବ । ରେବନ୍ତ ରେଡ୍ଡୀ ପାର୍ଟୀକୁ ମଜବୁତ କରିବା ପାଇଁ ପରିଶ୍ରମ କରୁଛନ୍ତି । ଏହା ବ୍ୟତିତ ହାଇଦ୍ରାବାଦର ଅନେକ ଟିମ ପାର୍ଟୀର ରିଚ ବଢାଇବାକୁ କାମ କରିବେ । ସେହିପରି ସାବିର ଜକହିଛନ୍ତି ପାର୍ଟୀର ଏହି ନୂତନ କାର୍ଯ୍ୟଳୟ କେନ୍ଦ୍ର ରୂପରେ କରାଯିବ । ଏହା ବ୍ୟତିତ ଏଠାରେ ଲୋକ ମାନଙ୍କ ଅସୁବିଧାକୁ ମଧ୍ୟ ଶୁଣାଯିବ ଏବଂ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରାଯିବ ।

Get real time updates directly on you device, subscribe now.