fbpx

ଓଲିଉଡରୁ ଆସିଲା ଦୁଃଖ ଖବର: ବରିଷ୍ଠ ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡରୁ ଆସିଛି ଏକ ଦୁଃଖ ଖବର । ବରିଷ୍ଠ ହାସ୍ୟା ଅଭିନେତା ଇନ୍ଦ୍ରମଣି ବେହେରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଶ୍ରୀ ବେହେରା ଢେଙ୍କାନାଳର ମହାବୀର ବଜାରସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛିଦିନ ହେଲା କର୍କଟ ରୋଗରେ ପୀଡ଼ିତ ଥିଲେ । ଓଡ଼ିଆ ସିନେମା ‘ଏଇ ଆଖି ଆମ ସାକ୍ଷୀ’ ଚଳଚ୍ଚିତ୍ରରେ ସେ ହାସ୍ୟ ଅଭିନେତା ଭାବେ ରାଜ୍ୟର ଘରେ ଘରେ ପରିଚିତ ହୋଇପାରିଥିଲେ ।

ଇନ୍ଦ୍ରମଣି ରଙ୍ଗମଞ୍ଚଠାରୁ ଆରମ୍ଭ କରି ଟିଭି ସିରିଏଲ ଓ ସିନେମାରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ । ସେ ଏକାଧାରାରେ ଜଣେ କଳାକାର, ରାଜନୀତିଜ୍ଞ, ବ୍ୟବସାୟୀ ଓ ସମାଜସେବୀ ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେ ୧୦ ନମ୍ବର ୱାର୍ଡର କାଉନସିଲର ଭାବେ ନିର୍ବାଚିତ ହେବା ସହ ନଗରପାଳ ହୋଇଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟ ମନୋରଞ୍ଜନ ଜଗତ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ତାଙ୍କର ପ୍ରଶଂସକଙ୍କ ମହଲରେ ନିରାଶା ଖେଳିଯାଇଛି ।

Get real time updates directly on you device, subscribe now.