fbpx

OSSSC ପକ୍ଷରୁ ଆସିଲା ଅପଡେଟ୍: ପୁଣି ବଢ଼ିଲା ଅମିନ, RI, ARI ଆବେଦନ ସମୟସୀମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଡିସେମ୍ବର ମାସରେ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ୨୮୯୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ ସର୍ଭେୟର ଆଦି ପଦରେ ନିଯୁକ୍ତି ଦିଆଯିବା ନେଇ ବିଜ୍ଞପ୍ତିରେ କୁହାଯାଇଥିଲା ।

ଏନେଇ ଡିସେମ୍ବର ମାସ ୩୦ ତାରିଖରୁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବୈଷୟିକ କାରଣ ଦର୍ଶାଇ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୱେବସାଇଟରେ ଆବେଦନ ପ୍ରକ୍ରିୟାକୁ ସସପେଣ୍ଡ କରିଦିଆଯାଇଥିଲା । ଏଥିସହିତ ସନ୍ଧ୍ୟା ୬ଟାରୁ ସକାଳ ୧୧ଟା ମଧ୍ୟରେ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ଅନଲାଇନ ରେଜିଷ୍ଟ୍ରେସନର ସମୟସୀମା ଜାନୁଆରୀ ୨୫ ତାରିଖ ରହିଥିବା ବେଳେ ବହୁ ପ୍ରାର୍ଥୀ ଏଥିରେ ଆବେଦନ କରିପାରିନଥିଲେ ।

ଏହା ପୂର୍ବରୁ ଅନଲାଇନ୍ ଆବେଦନ ସମୟସୀମା ବୃଦ୍ଧି କରାଯାଇଥିବା ବେଳେ ଏବେ ପୁଣି ଥରେ ଉକ୍ତ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଓଏସଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏବେ ପ୍ରାର୍ଥୀମାନେ ମାର୍ଚ୍ଚ ମାସ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ସେହିପରି ମାର୍ଚ୍ଚ ୩୧ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ କରିପାରିବେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନର ଶେଷ ତାରିଖ ଫେବୃଆରୀ ୨୦ ତାରିଖ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନର ଶେଷ ତାରିଖ ଫେବୃଆରୀ ୨୮ ତାରିଖ ରହିଥିଲା ।

Get real time updates directly on you device, subscribe now.