fbpx
BSKY
BJD SHG SKY
BJD YOUTH SKY

Relationship Tips: ପାର୍ଟନରଙ୍କ ଠାରୁ ଦୂରେଇ ଦେଇପାରେ ଭୁଲ ବୁଝାମଣା, ଏହି ସଂକେତ ଦେଖାଗଲେ ହୋଇଯାନ୍ତୁ ସତର୍କ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ହେଉଛି ବିଶ୍ୱାସ । ଆଉ ଏହି ବିଶ୍ୱାସରେ ଥରେ ଆଞ୍ଚ୍ ଆସିଲେ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଆଜିକାଲିର young couplesଙ୍କ ମଧ୍ୟରେ ବେଶି misunderstanding ଦେଖାଦେଉଛି । ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ପ୍ରତ୍ୟେକ ସମ୍ପର୍କରେ ଛୋଟ ବଡ଼ ଭୁଲ ହୁଏ କିନ୍ତୁ ସମୟ ଥାଉ ଥାଉ ସେହି ଭୁଲକୁ ସୁଧାରିବା ବୁଦ୍ଧିମତାର ଲକ୍ଷଣ । ତେବେ ଆସନ୍ତୁ ଜାଣିବା ୩ଟି ସଂକେତ ବିଷୟରେ ଯାହା ସମ୍ପର୍କକୁ ଦୁର୍ବଳ କରିଥାଏ ।

୧. ଅନ୍ୟ ସହ ପାର୍ଟନରଙ୍କ ତୁଳନା କରନ୍ତୁ ନାହିଁ: ସାଧାରଣତଃ ପ୍ରତି ସମ୍ପର୍କରେ ପାର୍ଟନର ଏଭଳି ଭୁଲ କରିଥାନ୍ତି । ଏଥିପାଇଁ ସେମାନଙ୍କୁ ପଛରେ ଅନୁତାପ କରିବାକୁ ପଡ଼ିଥାଏ । ଆପଣଙ୍କ ପାର୍ଟନର ଯେମିତି ଅଛନ୍ତି ତାଙ୍କୁ ସେହି ଭଳି ପସନ୍ଦ କରିବାକୁ ଚେଷ୍ଟା କରନ୍ତୁ । ତାଙ୍କୁ ବେଶି ବଦଳେଇବାକୁ ଚେଷ୍ଟା କରନ୍ତୁ ନାହିଁ କିମ୍ବା ଅନ୍ୟ ସହ ତୁଳନା କରନ୍ତୁ ନାହିଁ । ଏହା ସେମାନଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ ଓ ଦୁର୍ବଳ କରିଥାଏ । ସେମାନଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ ।

୨. ପୁରୁଣା କଥାକୁ ନେଇ ଝଗଡ଼ା କରିବା: ଅଧିକାଂଶ young couple ପୁରୁଣା କଥାକୁ ନେଇ ଝଗଡ଼ା କରିଥାନ୍ତି । ଏହା ଦ୍ୱାରା କିଛି ଲାଭ ହୋଇନଥାଏ ବରଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ପୁରୁଣା କଥା ଆଲୋଚନା କରିଲେ କିଛି ଲାଭ ମିଳେନି । କେବଳ ସମୟ ନଷ୍ଟ ହୋଇଥାଏ । ପାର୍ଟନରଙ୍କ ସାମ୍ନାରେ ନିଜ ମନ କଥା ପ୍ରକାଶ କରନ୍ତୁ । ଏହା ସହ ପାର୍ଟନରଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ସମ୍ପର୍କକୁ କିପରି ମଜବୁତ କରି ହେବ ସେ ବିଷୟରେ ଆଲୋଚନା କରନ୍ତୁ । ପୁରୁଣା କଥାକୁ ନ ଘାଣ୍ଟି ଭବିଷ୍ୟତ ଉପରେ ଫୋକସ୍ କରନ୍ତୁ ।

୩. ପରସ୍ପରକୁ ସମ୍ମାନ ନ ଦେବା: ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ରହିବା ଉଚିତ । ବେଳେ ବେଳେ ଆମେ ପାର୍ଟନରଙ୍କୁ taken for granted ନେଇଥାଉ । ପାର୍ଟନରଙ୍କୁ ଏମିତି କେବେ ବି ଅନୁଭବ ହେବାକୁ ଦିଅନ୍ତୁ ନାହିଁ ଯେ ଏହି ସମ୍ପର୍କରେ ତାଙ୍କୁ ଅଣଦେଖା କରାଯାଉଛି । ଏଭଳି ସ୍ଥିତିରେ ପାର୍ଟନର ଆପଣଙ୍କ ଠାରୁ ଦୂରେଇ ଯିବାର ସମ୍ଭାବନା ରହିଛି । ତେଣୁ ପାର୍ଟନରଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ । ସବୁବେଳେ ନିଜ ଇଚ୍ଛାକୁ ପ୍ରାଧାନ୍ୟ ଦେବା, କାର୍ଯ୍ୟରେ ବ୍ୟସ୍ତ ରହିବା ଇତ୍ୟାଦି ବାହାନା ଠାରୁ ଦୂରେଇ ରୁହନ୍ତୁ । ପରସ୍ପର ସହ ଯେତେ ଅଧିକ ସମୟ ବିତାଇବେ ସମ୍ପର୍କ ସେତେ ମଜବୁତ ହୋଇଥାଏ ।

Get real time updates directly on you device, subscribe now.