ହେ ଭଗବାନ ଏ କ’ଣ ହୋଇଗଲା… ଜନ୍ମଦିନରେ କେକ୍ କାଟିବା ବଦଳରେ ବମ୍ ପରି ବ୍ଲାଷ୍ଟ ହୋଇଗଲା!
ଜନ୍ମଦିନ କେକ୍ କାଟିବା ସମୟରେ ମୁହଁ ପାଖରେ ହେଲା ବ୍ଲାଷ୍ଟ।
ନୂଆଦିଲ୍ଲୀ: ହେ ଭଗବାନ ଏ କ’ଣ ହୋଇଗଲା… ଜନ୍ମଦିନରେ କେକ୍ କାଟିବା ବଦଳରେ ବମ୍ ପରି ବ୍ଲାଷ୍ଟ ହୋଇଗଲା। ହଁ ଆଜ୍ଞା କଥାଟି ଶୁଣି ଆଶ୍ଚର୍ଯ୍ୟ ହେଉଇଛନ୍ତି ନା। ଆଉ ଭାବୁଛନ୍ତି ନିଶ୍ଚୟ କେକ୍ କେବେଠୁ ଫାଟିଲାଣି?
ହେଲେ ଘଟଣାଟି ଚକିତ କରୁଥିଲେ ବି ସମ୍ପୂର୍ଣ୍ଣ ସତ। ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନରେ ସାଙ୍ଗମାନଙ୍କ ସହ କେକ୍ କାଟିବା ପାଇଁ ବୋହୁତ ଖୁସି ଥିଲେ। ହେଲେ ହଠାତ୍ କେକଟି ବମ୍ ପରି ବିସ୍ଫୋରଣ ହେଲା।
ଆଉ କେକ୍ ବ୍ଲାଷ୍ଟ ହୋଇ ଯୁବକଙ୍କ ଶରୀରର ବିଭିନ୍ନ ଜାଗାରେ ପଡ଼ିଲା। ତେଣୁ ଭୟରେ ବ୍ୟକ୍ତି ଜଣକ ପାକରେ ତିବା ସୁଇମିଂ ପୁଲକୁ ଡେଇଁ ପଡିଲେ। ଏହି ଘଟଣାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣା ଦେଖିବା ପରେ ନେଟିଜେନମାନେ କହୁଛନ୍ତି ଯେ ଏହା ସାଙ୍ଗମାନଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରାଙ୍କ୍ ଥିଲା। କାରଣ ଭାଇରାଲ ଭିଡିଓର ପଛରୁ କେହି ହସୁଥିବାର ଶୁଣାଯାଉଛି, ଯାହା ସ୍ପଷ୍ଟ କରୁଛି ଯେ ସବୁକିଛି ପୂର୍ବ ଯୋଜନାବଦ୍ଧ ଥିଲା।