fbpx

ଓମିକ୍ରନ ପ୍ରଭାବ: ମାୟାନଗରୀରେ ଲାଗୁ ହେଲା ୧୪୪ ଧାରା

ମୁମ୍ବାଇ: ଦେଶରେ ଦିନକୁ ଦିନ ଓମିକ୍ରନ ସଂକ୍ରମିତ ବଢ଼ିଚାଲିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୩୨ ମାମଲା ସାମନାକୁ ଆସିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମାୟାନଗରୀ ମୁମ୍ବାଇରେ ଦୁଇଦିନ ୧୪୪ ଧାରା ଲାଗୁ କରଯାଇଛି । ୧୧ ତାରିଖ ଓ ୧୨ ତାରିଖ ପାଇଁ ୧୪୪ ଧାରା ଲାଗୁ ହୋଇଛି । ଓମିକ୍ରନ ମାମଲା ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ଏବେ ଆକ୍ସନ ମୋଡକୁ ଆସିଛନ୍ତି । ଏହି କ୍ରମରେ ମୁମ୍ବାଇରେ ରାଲି, ମୋର୍ଚ୍ଚା ଓ ଶୋଭାଯାତ୍ରା ଉପରେ ବି କଟକଣା ଲାଗୁ କରାଯାଇଛି । ଏବେ ସୁଦ୍ଧା ମହାରାଷ୍ଟ୍ରରୁ ୧୭ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।

ତେବେ ଶୁକ୍ରବାର ଦିନ ଏଠାରେ ୭ଟି ନୂତନ ମାମଲା ଚିହ୍ନଟ ହୋଇଥିଲା । ଏଥିରେ ତିନି ଜଣ ମୁମ୍ବାଇରେ ଚିହ୍ନଟ ହୋଇଥିବା ବେଳେ ବାକି ୪ଜଣ ଚିଞ୍ଚୱଡ୍ ମହାନଗରପାଳିକାରୁ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ମିଳିଥିବା ସଂକ୍ରମିତଙ୍କ ମଧ୍ୟରେ ୪୮, ୨୫ ଓ ୩୭ ବର୍ଷ ବର୍ଗର ରହିଛନ୍ତି । ଏମାନେ ତିନି ଜଣ ଯଥାକ୍ରମେ ତାଞ୍ଜାନିୟା, ୟୁକେ ଓ ଦକ୍ଷିଣ ଆମେରିକାରୁ ଆସିଥିଲେ ।

Get real time updates directly on you device, subscribe now.