fbpx

ମା’ ହେବାକୁ ଯାଉଛନ୍ତି କମେଡି କୁଇନ୍ ଭାରତୀ, ଭିଡିଓ ସେୟାର କରି ଦେଲେ ଖୁସିଖବର

ନୂଆଦିଲ୍ଲୀ: ବଲିଉଡର କମେଡି କୁଇନ୍ ଭାରତୀ ସିଂ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି । ସେ ନିଜ ସାଙ୍ଗମାନଙ୍କ ସହିତ ଏକ ଫଟୋ ସେୟାର କରି ଗର୍ଭବତୀ ଥିବା ଖବରକୁ ସ୍ପଷ୍ଟ କରିଛନ୍ତି । ସ୍ୱାମୀ ହର୍ଷ ଲିମ୍ବାଚିୟା, ଜସ୍ମିନ୍ ଭସୀନ୍ ଓ ଅଲୀ ଗୋନିଙ୍କ ସହିତ ଭାରତୀ ଏହି ଖୁସିଖବରକୁ ନିଜ ଫ୍ୟାନ୍ସମାନଙ୍କୁ ଶୁଣାଇଛନ୍ତି । ଫଟୋରେ ଭାରତୀଙ୍କ ବେବୀ ବମ୍ପ ନଜର ଆସିଛି । ଏହାକୁ ନେଇ ତାଙ୍କ ମୁହଁରେ ଗ୍ଲୋ ବି ଦେଖିବାକୁ ମିଳିଛି ।

ନିକଟରେ ଭାରତୀ ସିଂ ନିଜ ଓଜନ କମ୍ କରିବାକୁ ନେଇ ଚର୍ଚ୍ଚାରେ ଥିଲେ । ଏହା ସହିତ ଭାରତୀ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ତାଙ୍କ ଫ୍ୟାନ୍ସମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଅନ୍ୟପଟେ ଗର୍ଭବତୀ ହେବା ଘଟଣାକୁ ଶୁଣି ଭାରତୀ କିପରି ଖୁସି ହୋଇଥିଲେ, ତାହା ଏହି ଭିଡିଓକୁ ଦେଖି ଆପଣ ବି ଜାଣିପାରିବେ…

 

View this post on Instagram

 

A post shared by Bharti Singh (@bharti.laughterqueen)

ତେବେ ଭାରତୀ ୨୦୧୭ ଡିସେମ୍ବର ୩ରେ ହର୍ଷଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାହାଘର ପୂର୍ବରୁ ତାଙ୍କର ରିଲେସନସିପ ବିଷୟରେ କାହାକୁ ବି ଜଣାପଡିନଥିଲା । କିନ୍ତୁ ଆଜିର ସମୟରେ ଭାରତୀ ଓ ହର୍ଷ ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତ୍ତି ଭାବେ ଚର୍ଚ୍ଚିତ ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.