fbpx

ଆସିଲା ଓମିକ୍ରନ ଟେଷ୍ଟିଂ କିଟ୍, ସ୍ୱଦେଶୀ ‘ଓମିସିଓର’କୁ ICMRର ଅନୁମୋଦନ

ନୂଆଦିଲ୍ଲୀ: ଭାରତରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟର ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆସିଛି ଏକ ଆରାମଦାୟକ ଖବର । ଦେଶର ପ୍ରଥମ ଓମିକ୍ରନ ଟେଷ୍ଟିଂ କିଟ୍ ‘ଓମିସିଓର’କୁ ମଞ୍ଜୁରି ମିଳିଛି । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଓମିକ୍ରନ ଟେଷ୍ଟ ପାଇଁ ପ୍ରଥମ ସ୍ୱଦେଶୀ କିଟ୍ ଓମିସିଓରକୁ ମଞ୍ଜୁରି ଦେଇଛି । ଟାଟା ମେଡିକାଲ ଦ୍ୱାରା ପ୍ରସ୍ତୁତ ‘ଓମିସିଓର’କୁ ICMR ଅନୁମୋଦନ କରିଛି । ତେବେ ଦେଶରେ ମଙ୍ଗଳବାର ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୯୨କୁ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁସାରେ, ଭାରତର ସ୍ୱଦେଶୀ ଓମିକ୍ରନ ଟେଷ୍ଟ କିଟକୁ ମୁମ୍ବାଇ ସ୍ଥିତ ଟାଟା ମେଡିକାଲ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଡିସେମ୍ବର ୩୦ରେ ହିଁ ICMR ମଞ୍ଜୁରି ଦେଇଥିଲା, ଯାହାର ସୂଚନା ଏବେ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.