fbpx

ମାଡ଼ି ଆସୁଛି ମହାବିପତ୍ତି! ଏପ୍ରିଲ ୮ ତାରିଖ ଦିନରେ ଅନ୍ଧାର ହୋଇଯିବ ସାରା ପୃଥିବୀ, କେଉଁଠି ଦିଶିବ ନଜାରା?

ଓଡ଼ିଶା ଭାସ୍କର: ଏପ୍ରିଲ ୮ ତାରିଖରେ ଆକାଶରେ ଦେଖାଯିବ ଅଦ୍ଭୁତ ନଜାରା । ୫୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏଭଳି ଦୃଶ୍ୟ ଦେଖିବେ ପୃଥିବୀ ବାସୀ । ଦିନ ସମୟରେ ମଧ୍ୟ ପୃଥିବୀରେ ଅନ୍ଧକାର ଘୋଟିଯିବ । ଲମ୍ବା ସମୟ ପର୍ଯ୍ୟନ୍ତ ପୃଥିବୀର ଅଧିକାଂଶ ସ୍ଥାନରେ ଅନ୍ଧକାର ହୋଇଯିବା ନେଇ ପୂର୍ବାନୁମାନ କରାଯାଇଛି । ଏପ୍ରିଲ ୮ ତାରିଖରେ ଚଳିତବର୍ଷ ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ସୂର୍ଯ୍ୟପରାଗ ସହିତ ଏହା ଗତ ୫୦ ବର୍ଷରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ । ଏହି ସୂର୍ଯ୍ୟପରାଗ ପ୍ରାୟ ୭.୫ ମିନିଟ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି ।

ସୂର୍ଯ୍ୟପରାଗ ସମୟରେ କିଛି ସମୟ ପାଇଁ ସୂର୍ଯ୍ୟ ଚନ୍ଦ୍ରମା ପଛରେ ଲୁଚି ଯାଇଥାନ୍ତି । ସୂର୍ଯ୍ୟ ଲୁଚି ରହିଯିବାରୁ ପୃଥିବୀରେ ଅନ୍ଧାର ଘୋଟିଯାଇଛି । ଏହାକୁ ସୂର୍ଯ୍ୟପରାଗ କୁହାଯାଏ । ତେବେ ଏହି ଘଟଣା ପ୍ରାୟତଃ ଅମାବାସ୍ୟା ତିଥିରେ ହିଁ ଦେଖିବାକୁ ମିଳିଥାଏ । ତେବେ ଅନେକ ସମୟରେ ଆଂଶିକ ସୂର୍ଯ୍ୟପରାଗ ହୋଇଥାଏ ଏବଂ ଆଉ କିଛି ସମୟରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିଥାଏ । ଚଳିତବର୍ଷ ଏପ୍ରିଲ ୮ ତାରିଖରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ । ତେବେ ଭାରତରେ ଏହି ସୂର୍ଯ୍ୟପରାଗ ଦେକିବାକୁ ମିଳିବ ନାହିଁ । ଦକ୍ଷିଣ ପ୍ରଶାନ୍ତ ମହାସାଗରରୁ ଏହାର ଆରମ୍ଭ ହେବ । ଏହାପରେ ଏହି ସୂର୍ଯ୍ୟପରାଗ ଉତ୍ତର ଆମେରିକା ଏବଂ ମେକ୍ସିକୋ ଦେଇ କାନାଡ଼ାରେ ଦେଖିବାକୁ ମିଳିବ । ତେବେ ଆମେରିକାରେ ଏହାପରେ ୨୦୪୪ରେ ମଧ୍ୟ ଏଭଳି ସୂର୍ଯ୍ୟପରାଗ ଦେକିବାକୁ ମିଳିବ ।

କୋଷ୍ଟା ରିକା, କ୍ୟୁବା, ଡୋମିନିକା, ଫ୍ରେଞ୍ଚ ପୋଲିନେସିଆ ଏବଂ ଜମାଇକା ଭଳି ଦେଶରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଆଂଶିକ ଭାବରେ ଦେଖାଯିବ । ତେବେ ଏହି ସମୟରେ ଭାରତରେ ରାତି ହୋଇଥିବାରୁ ଏହି ସୂର୍ଯ୍ୟପରାଗକୁ ଭାରତରେ ଦେଖାଯାଇ ପାରିବ ନାହିଁ । ମେକ୍ସିକୋର ମାଜାତଲନ ଏବଂ ଟୋରିୟାନ୍, ଟେକ୍ସାସର କେରୱିଲ, ମିସୋରୀର କେପ୍ ଗିରାର୍ଡୋ, ଇଲିନୋଇସର କାର୍ବେଣ୍ଡେଲ ଇତ୍ୟାଦି ସହରରେ ସମ୍ପୂର୍ଣ୍ଣ ସର୍ଯ୍ୟପରାଗ ଦେଖିବାକୁ ମିଳିବ ।

Get real time updates directly on you device, subscribe now.