fbpx
BJD SKY
BJD SKY

କେଜ୍ରିୱାଲଙ୍କ ମାମଲାର ଶୁଣାଣୀ କରିବାକୁ ସୁପ୍ରିମକୋର୍ଟ ବି ମନା କରିଦେଲେ , ଦେଲେ ଏପରି ନିର୍ଦ୍ଦେଶ

BJD

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି । ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସ୍ପେସିଆଲ ବେଞ୍ଚ ନିକଟକୁ ଯିବାକୁ କହିଛନ୍ତି । କେଜ୍ରିୱାଲ ଇଡିଙ୍କ ଗିରଫଦାରୀ ବିରୁଦ୍ଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘବୀ କୋର୍ଟରେ ଉପସ୍ଥିତ ହୋଇଥିଲେ । ତେବେ କେଜ୍ରିୱାଲଙ୍କ ମାମଲାର ଶୁଣାଣୀ କରି ପ୍ରଧାନ ବିଚାରପତିଙ୍କ ପୀଠ ତାଙ୍କୁ ସଞ୍ଜୀବ ଖାନ୍ନାଙ୍କ ସ୍ୱତନ୍ତ୍ର ବେଞ୍ଚ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନ ବିଚାରପତି କହିଥିଲେ କି ସଞ୍ଜୀବ ଖାନ୍ନାଙ୍କ ସ୍ୱତନ୍ତ୍ର ବେଞ୍ଚ ଆଜି ଆପଣଙ୍କ କେସ୍‌ର ଶୁଣାଣୀ କରିବେ । ଏହାପରେ କେଜ୍ରିୱାଲଙ୍କ ଓକିଲ ସଞ୍ଜୀବ ଖାନ୍ନାଙ୍କ ସ୍ୱତନ୍ତ୍ର ବେଞ୍ଚ ପାଖକୁ ଯାଇ ଆବେଦନ ଦାଖଲ କରିଥିଲେ । ବିଚାରପତି ସଞ୍ଜୀବ ଖାନ୍ନାଙ୍କ ପୀଠରେ ବିଚାରପତି ଏମଏମ. ସୁନ୍ଦ୍ରେଶ ଓ ବିଚାରପତି ବେଲା ତ୍ରିବେଦୀ ମଧ୍ୟ ସାମିଲ ରହିଛନ୍ତି । ଏବେ କେଜ୍ରିୱାଲଙ୍କୁ ୩ ବିଚାରପତିଙ୍କ ନିକଟରେ ନିଜର ଯାଚିକା ଉପସ୍ଥାପିତ କରିବାକୁ ହେବ । ଏଠାରେ ସୂଚାଇ ଦିଆଯାଇପାରେ କି ଇଡି ଟିମ୍ ଗୁରୁବାର କେଜ୍ରିୱାଲଙ୍କୁ ପଚରାଉଚୁରା କରିଥିଲା । ଦୀର୍ଘ ସମୟ ପଚରାଉଚୁରା ପରେ ଇଡି ତାଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.