fbpx

Video: ମୁଣ୍ଡକୁ ଚଢ଼ିଗଲା ମଦ ନିଶା, ୪ ଯୁବତୀ ଆଉ ଜଣେ ଯୁବତୀଙ୍କୁ ନିର୍ଦ୍ଧୂମ୍ ପଟିଲେ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ମଦ ପିଇ ରାସ୍ତା ମଝିରେ ମଚାଇଲେ ଉତ୍ପାତ। ମଦ୍ୟପାନ କରି ଯୁବତୀମାନେ ସର୍ବସାଧାରଣରେ ରାସ୍ତା ମଝିରେ ତୁମ୍ବିତୋଫାନ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହି ଯୁବତୀମାନେ ଆଉ ଜଣେ ଯୁବତୀଙ୍କୁ ମାଡ ମାରିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏହି ଯୁବତୀମାନେ ଅନ୍ୟ ଯୁବତୀ ଜଣଙ୍କୁ ଅଶ୍ଳୀଳ ନିର୍ଯାତନା ଦେଇଥିଲେ। ଖବର ବିଷୟରେ ସୂଚନା ପାଇବା ପରେ ପୋଲିସ ଯୁବତୀମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଶନିବାର ସୋସିଆଲ ମିଡିଆରେ ଇନ୍ଦୋରର ଏଲଆଇସି ଛକର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ଯୁବତୀ ପରସ୍ପରକୁ ମାଡ ମାରୁଥିବାର ନଜର ଆସିଥିଲେ। ଏହି ପରିପ୍ରେକ୍ଷୀରେ, ଯେତେବେଳେ ବରିଷ୍ଠ ପୋଲିସ ଅଧିକାରୀଙ୍କଠାରୁ ସୂଚନା ନିଆଯାଇଥିଲା, ସେମାନେ କହିଥିଲେ ଯେ, ଏହି ଭିଡିଓ ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ଘଟିଥିବା କୁହାଯାଉଛି, ଯେତେବେଳେ କିଛି ଯୁବତୀ ମଦ୍ୟପାନ କରି ରାସ୍ତା ମଝିରେ ଉତ୍ପାତ କରୁଥିବାର ନଜର ଆସିଥିଲେ।

ନିକଟସ୍ଥ ଥାନା ଦାୟିତ୍ୱରେ ଥିବା ଅଜୟ ବର୍ମା କହିଛନ୍ତି ଯେ ସମସ୍ତ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଯୁବତୀମାନେ ସେହି ଅଞ୍ଚଳର ବାସିନ୍ଦା, ଯେଉଁମାନେ ଏହି ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା କୁହାଯାଉଛି। ଏହି ଯୁବତୀମାନେ ମଦ ପିଇ ପ୍ରତିଦିନ ଏଭଳି ହରକତ କରୁଥିବାର କୁହାଯାଉଛି। ଏଥିସହ ପୋଲିସ ଚାରି ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି।ବର୍ତ୍ତମାନ ପୋଲିସ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Get real time updates directly on you device, subscribe now.