fbpx

ସେମିଫାଇନାଲ ପାଇଁ ବଦଳିବ କି ଭାରତର Playing-11? ରାହୁଲ ଦ୍ରାବିଡ ଦେଲେ ଉତ୍ତର…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଶେଷ ହୋଇଛି ସୁପର-୧୨ର ସମସ୍ତ ମ୍ୟାଚ । ଏବେ ଫାଇନାଲକୁ ଟିକେଟ ପାଇଁ ଲାଗିବ ସେମି ଫାଇନାଲ ଫାଇଟ । ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଟିମ ଇଣ୍ଡିଆ ଏବଂ ଇଂଲଣ୍ଡ । ତେବେ ଏହି ମ୍ୟାଚ ପୂର୍ବରୁ ଭାରତର ପ୍ଲେଇଙ୍ଗ-୧୧କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଆସନ୍ତୁ ଜାଣିବା ଏ ନେଇ କ’ଣ କହିଛନ୍ତି ହେଡ କୋଚ ରାହୁଲ ଦ୍ରାବିଡ ।

ବିଶ୍ୱକପର ପ୍ରତ୍ୟେକ ମ୍ୟାଚରେ ସମାନ ଦଳକୁ ନେଇ ଖେଳିଛନ୍ତି ଅଧିନାୟକ ରୋହିତ । କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଅକ୍ସର ପଟେଲଙ୍କ ସ୍ଥାନରେ ଦୀପକ ହୁଡ୍ଡାଙ୍କୁ ସ୍ଥାନ ମିଳିଥିଲା । ଯେଉଁ ଭୁଲକୁ ପରବର୍ତ୍ତୀ ମ୍ୟାଚରେ ହିଁ ସୁଧାରି ନେଇଥିଲେ ରୋହିତ । କିନ୍ତୁ ଆସନ୍ତା ସେମିଫାଇନାଲ ମ୍ୟାଚରେ ଭାରତ ଏହି ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ ବୋଲି ଆଶା ରହିଛି । ଇଂଲଣ୍ଡ ମ୍ୟାଚ ପାଇଁ କିଛି ନୂଆ ରଣନୀତି କରିପାରନ୍ତି ଭାରତୀୟ ଟିମ ମ୍ୟାନେଜମେଣ୍ଟ । ଏ ନେଇ ହେଡ କୋଚ ରାହୁଲ ଦ୍ରାବିଡଙ୍କୁ ପ୍ରଶ୍ନ କରିବାରୁ ଏହା ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି । ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚ ଖୁବ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ତେବେ ସେମି ଫାଇନାଲ ମ୍ୟାଚରେ ଦଳର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲଙ୍କ ସ୍ଥାନରେ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ଦିଆଯାଇପାରେ । ଭାରତର ବ୍ୟାଟିଂ ଅର୍ଡର ଖୁବ ଭଲ ପ୍ରଦର୍ଶନ ଜାରି ରଖିଛି । ତେଣୁ ଅଶ୍ୱୀନଙ୍କ ସହ ଲେଗ୍ ସ୍ପିନର ଚହଲଙ୍କୁ ଦଳରେ ସାମିଲ କରିବାର ସମ୍ଭାବନା ରହିଛି । ଏହାବ୍ୟତୀତ ଋଷଭ ପନ୍ତଙ୍କ ସ୍ଥାନରେ ଭେଟେରାନ ୱିକେଟ କିପର ଦିନେଶ କାର୍ତ୍ତିକ ଦଳରେ କମବ୍ୟାକ କରିପାରନ୍ତି ।

Get real time updates directly on you device, subscribe now.