fbpx

ଭାରତରେ ୮ ନଭେମ୍ବରରେ ଦେଖାଯିବ ଚନ୍ଦ୍ରଗ୍ରହଣ: ସୂତକ କାଳ ଲାଗିବା ପୂର୍ବରୁ କରିଦିଅନ୍ତି ଏହି ୩ କାମ

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୮ ନଭେମ୍ବର ଅର୍ଥାତ୍ କାଲି ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ଯେଉଁଥିପାଇଁ ଏହାର ସୂତକ କାଳ ବି ମାନିବାକୁ ପଡ଼ିବ । ଭାରତୀୟ ସମୟ ଅନୁସାରେ, ୮ ନଭେମ୍ବରରେ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣ ଭାରତରେ ସନ୍ଧ୍ୟା ୫ଟା ୨୦ ମିନିଟରୁ ସନ୍ଧ୍ୟ ୬ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଏହାର ସୂତକ କାଳ ଲାଗିଯିବ । ଜ୍ୟୋତିଷ୍ୟମାନଙ୍କ କହିବା ମୁତାବକ, ଏହି ଦିନ ଗ୍ରହଣର ସୂତକ କାଳ ଲାଗିବା ପୂର୍ବରୁ ୩ଟି କାମ ନିଶ୍ଚିତ କରିବା ଉଚିତ୍ ।

୧ ତୁଳସୀ ପତ୍ର:
ଗ୍ରହଣ ପୂର୍ବରୁ ତୁଳସୀର ପତ୍ରକୁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ । ଗ୍ରହଣ ଲାଗିବା ପୂର୍ବରୁ ଖାଇବା ପିଇବା ଜିନିଷରେ ତୁଳସୀ ପତ୍ର ପକାଇ ଦିଅନ୍ତୁ । ଏହାଦ୍ୱାରା ଖାଦ୍ୟ ପଦାର୍ଥ ଉପରେ ଗ୍ରହଣର ଖରାପ ପ୍ରଭାବ ପଡ଼ିନଥାଏ ଓ ତାକୁ ସହଜରେ ଖିଆଯାଇପାରିବ । କିନ୍ତୁ ଗ୍ରହଣ ସମୟ ବା ସୂତକ କାଳରେ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ ।

୨ ମନ୍ଦିର ଦ୍ୱାର:
ଚନ୍ଦ୍ରଗ୍ରହଣ ପୂର୍ବରୁ ମନ୍ଦିରରର ଦ୍ୱାର ବନ୍ଦ କରିବା ଉଚିତ୍୍ । ଏହାକୁ ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ଖୋଲିବା ଉଚିତ୍ । ଏପରି ମଧ୍ୟ କୁହାଯାଏ କି , ଏହି ସମୟ ମଧ୍ୟରେ ଭଗବାନଙ୍କ ମୂର୍ତ୍ତିକୁ ଛୁଇଁବାରୁ ବର୍ତ୍ତିବା ଉଚିତ୍ । ଗ୍ରହଣ ସମୟରେ ଦେବ ଦେବତାଙ୍କ ପୂଜା କରିବାକୁ ଦୂରେଇ ଯିବ ଉଚିତ୍ ।

୩ ଦେବ ଦୀପାବଳିରେ ଦୀପଦାନ:
ଦୀପାବଳୀରେ ସୂର୍ଯ୍ୟପରାଗ ପରି ଦେବ ଦୀପାବଳିରେ ଚନ୍ଦ୍ରଗ୍ରହଣର ସଂଯୋଗ ହେଉଛି । ତେବେ ଦେବ ଦୀପାବଳି କାର୍ତ୍ତିକ ପୂର୍ଣ୍ଣିମା ତିଥି ୭ ନଭେମ୍ବର ସନ୍ଧ୍ୟା ୭ଟା ୧୫ ମିନିଟରୁ ନେଇ ୮ ନଭେମ୍ବର ସନ୍ଧ୍ୟା ୪ଟା ୩୧ ମିନିଟ ପର୍ଯ୍ୟନ୍ତ ରହିବ । ଏପରି ପରିସ୍ଥିତିରେ କିଛି ଲୋକ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ଦେବ ଦୀପାବଳୀ ପାଳନ କରିବାକୁ କହୁଛନ୍ତି । ଦେବ ଦୀପାବଳିରେ ଦୀପ ଦାନର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ କାଶୀର ଗଙ୍ଗା ଘାଟରେ ଦୀପ ଦାନ କରିବା ଦ୍ୱାରା ସ୍ୱର୍ଗପ୍ରାପ୍ତି ହୋଇଥାଏ । ଗ୍ରହଣ ଯୋଗୁଁ ଆପଣ ଏହା ପୂର୍ବରୁ ହି ଦୀପ ଦାନ କରନ୍ତୁ ।

Get real time updates directly on you device, subscribe now.