fbpx

ରାଜଧାନୀରେ କାୟା ବିସ୍ତାର କରୁଛି ଡେଙ୍ଗୁ: ମାତ୍ର ୭ ଦିନ ଭିତରେ ୨୯୫ କେସ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାତାର ଡେଙ୍ଗୁ ରୋଗର ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହରେ ଡେଙ୍ଗୁର ମୋଟ ୨୯୫ କେସ ଚିହ୍ନଟ ହୋଇଛି । ଅକ୍ଟୋବର ମାସରେ ୧୨୩୮ ରୋଗୀ ଏବଂ ସେପ୍ଟେମ୍ବର ମାସରେ ୬୯୩ ମାମଲା ରେକର୍ଡ କରାଯାଇଛି । ଚଳିତବର୍ଷ ଏବେ ପର୍ଯ୍ୟନ୍ତ ୨୪୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଛନ୍ତି । ତେବେ ଏହି ରୋଗରେ କୌଣସି ବ୍ୟକ୍ତି ପ୍ରାଣ ହରାଇ ନଥିବା ଘଟଣା ସମସ୍ତଙ୍କ ମନରେ ଆଶ୍ୱସ୍ତି ଦେଇଛି । କିନ୍ତୁ ଏବେ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଛି ବଢୁଥିବା ସଂକ୍ରମଣ ।

ଦିଲ୍ଲୀ ନଗର ନିଗମ ଦ୍ୱାରା ଏ ନେଇ ଏକ ରିପୋର୍ଟ ମଧ୍ୟ ଜାରି କରାଯାଇଛି । ଏହି ରିପୋର୍ଟ ଅନୁସାରେ, ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ସଂଖ୍ୟା ୧,୮୭୬ରେ ରହିଥିଲା । ତେବେ ଜାନୁୟାରୀ ମାସରେ ଡେଙ୍ଗୁର ୨୩ ମାମଲା, ଫେବୃୟାରୀରେ ୧୬, ମାର୍ଚ୍ଚରେ ୨୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲରେ ୨୦ ଏବଂ ୩୦ ଜଣ ରୋଗୀ ମେ ମାସରେ ଚିହ୍ନଟ ହୋଇଛନ୍ତି । ସେହିପରି ଜୁନ ମାସରେ ଏହି ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ଜୁଲାଇରେ ୨୬ ଏବଂ ଅଗଷ୍ଟରେ ୭୫ ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଥିବା ରେକର୍ଡ ହୋଇଛି ।

ତେବେ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ପ୍ରାୟତଃ ଜୁଲାଇ କିମ୍ବା ଅଗଷ୍ଟରେ ଦେଖାଯାଇଥିାଏ, ଯାହା ଡିସେମ୍ବର ମଧ୍ୟ ସମୟ ପର୍ଯ୍ୟନ୍ତ ବ୍ୟାପିଥାଏ । ରିପୋର୍ଟ ଅନୁସାରେ, ଚଳତବର୍ଷ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ୧,୫୫,୩୧୨ ଘରେ ମଶାମାନଙ୍କର ଲାର୍ଭା ପ୍ରଜନନ ଦେଖିବାକୁ ମିଳିଥିଲା । ତେଣୁ ଏଥିପାଇଁ ନୋଟିସ ମଧ୍ୟ ଜାରି କରାଯାଇଛି ।

Get real time updates directly on you device, subscribe now.