fbpx
BJD
BJD SKY
BJD SKY

ଆସୁଛି ଦୁଇ ଲଘୁଚାପ: ଆସନ୍ତାକାଲି ପାହାନ୍ତିଆ ସକାଳରୁ ୯ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ସମ୍ଭାବନା

BJD

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିବା ପରେ ରାଜ୍ୟରେ ପାଗ ଶୁଖିଲା ରହିବ ସହିତ ସାମାନ୍ୟ ଶୀତ ଅନୁଭୂତ ହେଉଛି। ତେବେ ରାଜ୍ୟରେ ଖୁବଶିଘ୍ର ପୁଣି ବର୍ଷା ହେବାର ସମ୍ଭାବନା ରହିଛି। କାରଣ ଆଗକୁ ଆସୁଛି ରାଜ୍ୟକୁ ମାଡି ଆସୁଛି ଆଉ୨ଟି ଲଘୁଚାପ। ଏନେଇ ପୂର୍ବାନୁମାନ କରିଛନ୍ତି ଆମେରିକା ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ । ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଏଥିପାଇଁ ପାଗ ଅନୁକୂଳ ରହିଛି । ସେହିପରି ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ଜାସନ୍ ନିକୋଲ୍ସ । ତେବେ ସମ୍ଭାବ୍ୟ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରା ଯାଇନି । ତେବେ ଆଜି ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ପାହାନ୍ତିଆରୁ ସକାଳ ସମୟରେ କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.