fbpx

ଭାରତ-ରୁଷ ବନ୍ଧୁତ୍ୱକୁ ପୂରିଲା ୭୫ ବର୍ଷ, ରୁଷ କୁଟନୀତିଜ୍ଞ ଏମିତି କିଛି କହିଲେ, ଯାହା ଜିତି ନେଲା ଭାରତୀୟଙ୍କ ମନ

ନୂଆଦିଲ୍ଲୀ: ଭାରତ ଏବଂ ରୁଷ ମଧ୍ୟରେ ଥିବା କୁଟନୈତିକ ସମ୍ବନ୍ଧକୁ ଆଜିକୁ ୭୫ବର୍ଷ ପୁରିଛି । ଏହି ଖୁସିରେ ୨ଦେଶ ମିଳିତ ଭାବେ ଖୁସି ମନାଉଛି । ଏହି ଖୁସି କ୍ଷଣକୁ ମନେରଖିବା ପାଇଁ ଦୁଇ ଦେଶରେ କିଛି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ତେବେ ଭାରତରେ ରୁଷ ରାଷ୍ଟ୍ରଦୂତ ଡେନିସ ଅଲିପୋବ ସୋମବାର ଦିନ ନୂଆଦିଲ୍ଲୀରେ ରୁଷିଆ ସାଂସ୍କୃତିକ ଉତ୍ସବକୁ ଉଦଘାଟନ କରିଥିଲେ । ଏହାସହ ସେ କହିଥିଲେ ଯେ, ଦୀର୍ଘ କେତେ ଦିନପରେ ଦୁଇ ଦେଶ ସଂଯୋଗ ହୋଇଛନ୍ତି ।

ଋୁଷ ରାଷ୍ଟ୍ରଦୂତ କହିଛନ୍ତି ଯେ, ଏହି ମହୋତ୍ସବ ରୁଷ ଏବଂ ଭାରତର କୁଟନୈତିକ ସମ୍ବନ୍ଧର ୭୫ବର୍ଷର ବାର୍ଷିକ ଉତ୍ସବ ସବୁଠାରୁ ରଙ୍ଗୋଣୀ ଅଭିବ୍ୟକ୍ତି ହେବ । ସେ ଏହି ଅବସରରେ ହିନ୍ଦୀର ଏକ ଲୋକପ୍ରିୟ କଥାକୁ ପ୍ରକାଶ କରି କହିଛନ୍ତି ଯେ, ଏକ ବନ୍ଧୁତ୍ୱ ଠାରୁ ଅଧିକ କିଛି ମହତ୍ୱପୂର୍ଣ୍ଣ ନୁହେଁ । ଏବଂ ଏହି ମହୋତ୍ସବର ଲକ୍ଷ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସମ୍ବନ୍ଧ ବୃଦ୍ଧି କରିବା । ତେଣୁ ଆଜି ରାତିରେ ଆମେ ଭାରତ ଏବଂ ରୁଷର ପାରମ୍ପରିକ ସାଂସ୍କୃତିକ ଉତ୍ସବର ଚତ୍ମକାର ପରମ୍ପରାକୁ ପୁଣି ଥରେ ଆରମ୍ଭ କରୁଛୁ।

ଭାରତରେ ଆମେ ନୃତ୍ୟ ଏବଂ ଗୀତ ବୋଲିବା ପାଇଁ ୩ଟି ପ୍ରମୁଖ ଗ୍ରୁପ ନେଇକି ଆସିଛୁ । ଏହା ଭାରତ ଏବଂ ରୁଷର କୁଟନୈତିକ ସମ୍ବନ୍ଧର ୭୫ ବାର୍ଷିକ ମହୋତ୍ସବକୁ ଦର୍ଶାଇବ । ଏହା ଆମ ଦୁଇ ଦେଶ ମଧ୍ୟରେ ସମୃଦ୍ଧ ଏବଂ ବିବିଧ ସାଂସ୍କୃତିକ ବନ୍ଧନ, ଐତିହାସିକ ମିତ୍ରତା, ନିଜ ନିଜ ଭିତରେ ହିତ କରିବା ଓ ବୁଝିବା ବିଚାର ଧାରା , ବିଶ୍ୱାସର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ।

ସୂଚନାମୁତାବକ  କୋଭିଡ-୧୯ ପାଇଁ ଦୁଇ ଦେଶ ମଧ୍ୟରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭାବିତ ହୋଇ ବନ୍ଦ ରହିଥିଲା । ସେ କହିଥିଲେ ଯେ, ନୂଆଦିଲ୍ଲୀ  ସହରରେ କିଛି ଲୋକ ଏଥିରେ ସାମିଲ ହୋଇଥିଲେ । ସେ ଏହି ମଉକାରେ କହିଛନ୍ତି ଯେ, ଭାରତରେ ଏକ ଲୋକପ୍ରିୟ କଥା ଅଛି ‘ଦୋସ୍ତି ସେ ଜ୍ୟାଦା କୁଛ ନହିଁ ହୋତା’। ରୁଷର ଦୂତ ଏହା ମଧ୍ୟ ଆଶା ପ୍ରକାଶ କରିଛନ୍ତି ଯେ, ଭାରତୀୟ ମାନଙ୍କୁ ରୁଷର ଖାଦ୍ୟ ଏବଂ ସଂସ୍କୃତି ପ୍ରଭାବିତ କରିବ। ସେ ପୁଣି ଜଣାଇଛନ୍ତି ଏହି ମହୋତ୍ସବ ଦିଲ୍ଲୀରୁ ସରିଲା ପରେ କୋଲକାତା ଏବଂ ମୁମ୍ବାଇରେ ଆୟୋଜନ କରାଯିବ । ଏବଂ ଏହି ମାସର ୨୯ତାରିଖରେ ପୁଣି ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବ । ତେବେ ଭାରତୀୟ ଜନତା ଏଥିରେ ପ୍ରଭାବିତ ହେବେ ଏବଂ ରୁଷର ଏହି ପ୍ରଦର୍ଶନର ସମସ୍ତେ ଆନନ୍ଦ ଉଠାଇବେ ବୋଲି ଡେନିସ ଅଲିପୋବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.