fbpx

ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା; ବ୍ଲାକମେଲିଂ ଏବଂ ମନି ଲଣ୍ଡରିଂ ମାମଲାକୁ ନେଇ ହୋଇପାରେ ଜେରା

ଭୁବନେଶ୍ୱର:ସିନେ ପ୍ରଯୋଜକ ଅକ୍ଷୟ ପରିଜା ବର୍ତ୍ତମାନ ଇଡିରେ ହାଜର ହୋଇଛନ୍ତି । ବ୍ଲାକମେଲିଂ, ହନିଟ୍ରାପ ଏବଂ ଅର୍ଥ କାରବାର ମାମଲାରେ ସେ ହାଜର ହୋଇଥିବା ଜଣାପଡିଛି । ତେବେ ଏନେଇ ପୂର୍ବରୁ ଇଡି ସମନ ଜାରି କରିଥିବା ବେଳେ ଆଜି ହାଜର ହେବା ପାଇଁ ତାଙ୍କୁ ତାଗିଦ କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସିନେ ପ୍ରେଯାଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ଏବଂ ଅର୍ଥ କାରବାର ମାମଲାରେ ଇଡି ପୂର୍ବରୁ ନୋଟିସ ଜାରୀ କରିଥିଲା । କିନ୍ତୁ ସେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କହି ଇଡିରେ ହାଜର ହୋଇ ନଥିଲେ । ଏଥିସହିତ ତାଙ୍କ ଓକିଲ ଦୁଇ ଦିନର ସମୟ ଆଣିଥିଲେ । ତେବେ ଆଜି ସେ ସମୟ ସରିଥିବା ବେଳେ ଇଡିରେ ହାଜର ହେବାକୁ ଅକ୍ଷୟ ପରିଜାଙ୍କୁ ତାଗିଦ ହୋଇଥିଲା । ଅର୍ଚ୍ଚନା ନାଗ ମାମଲାରେ ପଚରା ଉଚୁରା କରିବା ପାଇଁ ଇଡି ସିନେ ପ୍ରଯୋଜକଙ୍କୁ ହାଜର ହେବାକୁ ନୋଟିସ ପଠାଇଥିଲା । ଫଳରେ ସେ ବର୍ତ୍ତମାନ ଇଡି ଅଫିସରେ ହାଜର ହୋଇଛନ୍ତି ।

ସୂଚନାମୁତାବକ ଜଣେ ଯୁବତୀଙ୍କୁ ଫିଲ୍ମ ଦେବା ନାଁ ରେ ୧ ବର୍ଷ ଧରି ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ସହ ତାକୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥଲା । ଏହାପରେ ସେ ଏହି ମାମାଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ଏହାପରେ ଧୀର ଧୀରେ ଖୋଲିଥିଲା ସବୁ ଗୁମୁର । ତେବେ ଏହି ମାମଲାରେ ଇଡିରେ ହାଜର ହେବାକୁ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ନୋଟିସ ପଠା ଯାଇଥିଲା । କିନ୍ତୁ ସେ ଇଡି ଅଫିସରେ ହାଜର ହେଇ ନଥିବା ସୂଚନା ମିଳିଥିଲା।

Get real time updates directly on you device, subscribe now.