fbpx

ବର୍ଷାରେ କ୍ଷତିଗ୍ରସ୍ତ କୃଷକଙ୍କୁ ବଡ ଆଶ୍ଵସ୍ତି ଦେଲେ ସରକାର, ଦେବାକୁ ପଡିବ ନାହିଁ ବିଜୁଳି ବିଲ୍

ମୁମ୍ବାଇ: ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ହୋଇଥିବା ପ୍ରବଳ ବର୍ଷାରେ ପ୍ରଭାବିତ କୃଷକଙ୍କ ପାଇଁ ବଡ ଆଶ୍ଵସ୍ତିକର ଖବର। କୃଷକଙ୍କ ପାଇଁ ଛାଡ କରାଗଲା ବିଜୁଳି ବିଲ୍। ମହାରାଷ୍ଟ୍ର ସରକାର ନିଜର କୃଷକଙ୍କୁ ଏହି ଆଶ୍ଵସ୍ତି ଦେଇଛନ୍ତି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ଯେଉଁ କୃଷକଙ୍କ ଫସଲ ବର୍ଷା କାରଣରୁ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ବିଜୁଳି ବିଲ୍ ପୈଠ ପାଇଁ ବାଧ୍ୟ କରାଯିବ ନାହିଁ। ଏହି ନିଷ୍ପତ୍ତିରେ ମହାରାଷ୍ଟ୍ରର ଲକ୍ଷାଧିକ କୃଷକ ଉପକୃତ ହେବେ।
ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ କହିଛନ୍ତି, ରାଜ୍ୟ ବିଜୁଳି ନିୟାମକ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଉପରେ ବିଜୁଳି ଜମା କରିବାକୁ ଚାପ ପକାଇ ପାରିବେ ନାହିଁ। ପ୍ରଭାବିତ କୃଷକଙ୍କୁ ଦୁଇ ମାସ ବିଜୁଳି ବିଲ୍ ଜମା କରିବାକୁ ପଡିବ ନାହିଁ। ଏହାର ଅର୍ଥ ମହାରାଷ୍ଟ୍ରରେ ଭୀଷଣ ବର୍ଷାରେ ପ୍ରଭାବିତ ଲକ୍ଷାଧିକ କୃଷକ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ବିଜୁଳି ଜମା କରିବେ ନାହିଁ। କିନ୍ତୁ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ କୃଷକ ବିଜୁଳି ବିଲ୍ ପୈଠ କରିବାକୁ ସକ୍ଷମ ସେମାନଙ୍କୁ ବିଜୁଳି ବିଲ୍ ପୈଠ କରିବାକୁ ପଡିବ।
ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ କହିଛନ୍ତି, ମୁଁ ରାଜ୍ୟର ବିଜୁଳି ବିତରଣ କମ୍ପାନିର ଅଧିକାରୀଙ୍କୁ ଆଦେଶ ଦେଇଛି ଯେ, କୃଷକଙ୍କୁ ବିଜୁଳି ବିଲ୍ ଜମା କରିବାକୁ ଚାପ ପକାଇବେ ନାହିଁ। ବିଶେଷ କରି ସେହି କୃଷକଙ୍କ ଯାହାଙ୍କ ଫସଲ ଭୀଷଣ ବର୍ଷାରେ ବରବାଦ ହୋଇଛି। ସେ କହିଛନ୍ତି, ଯେଉଁ କୃଷକ ଦୀର୍ଘ ସମୟ ଧରି ବିଜୁଳି ବିଲ୍ ପୈଠ କରି ନାହାନ୍ତି ସେମାନଙ୍କ ବିଜୁଳି ସଂଯୋଗ କଟାଯିବା ପାଇଁ ପଦକ୍ଷେପ ନିଆଯିବ। ଯଦି ସେମାନେ କେବଳ ଏହି ସିଜିନର ବିଲ୍ ଜମା କରିବେ ତେବେ ତାଙ୍କର ସଂଯୋଗ କଟାଯିବ ନାହିଁ।

Get real time updates directly on you device, subscribe now.