fbpx
BSKY SKY
BSKY SKY

ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ୨୦୦ତମ ଜୟନ୍ତୀ ଅବସରରେ ମଞ୍ଚସ୍ଥ ହେବ ‘ମୁଁ ଚକରା କହୁଛି’ ନାଟକ

BSKY

ଭୁବନେଶ୍ୱର: ମହାନ ବିପ୍ଲବୀ ଚକରା ବିଷୋୟୀଙ୍କ ୨୦୦ତମ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଏକ ନାଟକ ମଞ୍ଚସ୍ଥ ହେବାକୁ ଯାଉଛି । ଏହି ଜୟନ୍ତୀ ସମାରୋହ ଜାନୁଆରୀ ୨ ତାରିଖ ଦିନ ‘ସୂଚନା ଏବଂ ଲୋକସମ୍ପର୍କ ବିଭାଗ’ ପକ୍ଷରୁ ପାଳନ କରାଯିବ ବୋଲି ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ୫.୩୦ ମିନିଟ ସମୟରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସଭାରେ ଓଡ଼ିଶାର ମାନ୍ୟବର ବାଚସ୍ପତିଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦାନ କରିବେ । ସଭା ଶେଷରେ ଚକରା ବିଶୋୟୀଙ୍କ ଜୀବନ ଉପରେ ଆଧାରିତ ନାଟକ ‘ମୁଁ ଚକରା କହୁଛି’ ମଞ୍ଚରେ ପରିବେଷଣ କରାଯିବ ।

ମହାନ ସ୍ୱାଧୀନତା ସଂଗ୍ରାମୀ ଚକରା ବିଶୋୟୀଙ୍କ ଜୟନ୍ତୀ ଅବସରରେ ଏହି ଶୀର୍ଷକ ନାଟକଟି ମଞ୍ଚସ୍ତ ହେବ । ଆସନ୍ତା ଜାନୁଆରୀ ୨ ତାରିଖରେ ଜୟଦେବ ଭବନରେ ଏହି ନାଟକଟି ସନ୍ଧ୍ୟା ୭.୦୦ଟା ସମୟରେ ଆୟୋଜିତ ହେବ । ଏହି ନାଟକର ରଚୟିତା ମନ୍ମଥ କୁମାର ଶତପଥୀ ରହିଥିଲାବେଳେ ଏହାର ନିର୍ଦ୍ଦେଶନା ଦିନେଶ ଦାସ ଦେଇଛନ୍ତି ।

Get real time updates directly on you device, subscribe now.