fbpx

Virus ନା Bacteria: କିଏ ବେଶୀ ଭୟଙ୍କର, କିଏ ପ୍ରଥମେ ଏ ଦୁନିଆକୁ ଆସିଥିଲା?

ନୂଆଦିଲ୍ଲୀ: ଗତ ତିନି ବର୍ଷ ଧରି ସାରା ବିଶ୍ୱବାସୀଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ ‘ଭାଇରସ’ । କରୋନା ଦୀର୍ଘଦିନ ଧରି ଲୋକଙ୍କୁ ସଂକ୍ରମିତ କରିଆସୁଥିଲେ ହେଁ ବୈଜ୍ଞାନିକମାନେ ଏହାଠାରୁ କାହିଁ କେତେଗୁଣରେ ଭୟଙ୍କର ଭାଇରସ ଓ ବ୍ୟାକ୍ଟେରିଆର ସନ୍ଧାନ ପାଇଛନ୍ତି । ତେବେ କିଏ ପ୍ରଥମେ ଆସିଥିଲା ଭାଇରସ ନା ବ୍ୟାକ୍ଟେରିଆ । ଏହି ପ୍ରଶ୍ନକୁ ନେଇ ଯେ କେହି ବି ବିଭ୍ରାନ୍ତ ହେବା ସ୍ୱାଭାବିକ ।

ପ୍ରଥମେ କୁକୁଡ଼ା ନା ଅଣ୍ଡା ଆସିଥିଲା ପ୍ରଶ୍ନ ପରି ଏହି ଭାଇରସ-ବ୍ୟାକ୍ଟେରିଆ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନକୁ ଗଭୀର ଭାବେ ଆନ୍ଦୋଳିତ କରୁଛି । ଉଭୟ ଭାଇରସ ଓ ବ୍ୟାକ୍ଟେରିଆ ମଣିଷ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଥାନ୍ତି । ଭାଇରସମାନେ ଅନ୍ୟ ସୂକ୍ଷ୍ମଜୀବଙ୍କଠାରୁ ଭିନ୍ନ ହୋଇଥାନ୍ତି । ଏମାନେ ନିଜର କ୍ଲୋନ ସୃଷ୍ଟି କରିବା ସହିତ ସଂକ୍ରମଣ ବଢ଼ାଇବାରେ ଏମାନଙ୍କର ବଡ଼ ଭୂମିକା ରହିଥାଏ । ନିଜର ଜେନେଟିକ ମ୍ୟାଟେରିଆର ସହାୟତାରେ ଭାଇରସ ଏପରି କରିବାକୁ ସକ୍ଷମ ହୋଇଥାଏ ।

ଏକ ରିପୋର୍ଟ ମୁତାବକ, ଭାଇରସ ଓ ବ୍ୟାକ୍ଟେରିଆର ସଠିକ୍ ବୟସର ଆକଳନ କରିବା ବଡ଼ ମୁସ୍କିଲ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ଏ ବାବଦରେ ସଠିକ୍ ତଥ୍ୟ ମିଳିପାରିନଥିଲେ ହେଁ ବ୍ୟାକ୍ଟେରିଆ ଓ ଅନ୍ୟ ସୂକ୍ଷ୍ମଜୀବ ପୂର୍ବରୁ ଭାଇରସ୍ ଏ ଦୁନିଆକୁ ଆସିଥିବା ସ୍ପଷ୍ଟ ହୋଇଛି । ବୈଜ୍ଞାନିକଙ୍କ ମତରେ, ଅଧିକାଂଶ ଭାଇରସ ଆରଏନଏ ସହିତ ମିଶି ତିଆରି ହୋଇଥାନ୍ତି । ଏପରି ସ୍ଥଳେ ଭାଇରସକୁ ଜୀବିତ ବା ମୃତ ଭାବେ ଗ୍ରହଣ କରାଯିବ ତାହା ମଧ୍ୟ ଆଉ ଏକ ବଡ଼ ପ୍ରଶ୍ନ । ଯେଉଁ ଜିନିଷର ବିକାଶ ହେଉଥିବ, ସଂଖ୍ୟାର ବୃଦ୍ଧି ପାଉଥିବ, ଶରୀରର ସନ୍ତୁଳନ ରକ୍ଷା ସମ୍ଭବ ହେଉଥିବ ତାହାକୁ ଜୀବିତ ଭାବେ ଗ୍ରହଣ କରାଯିବ ବୋଲି ବିଜ୍ଞାନରେ ନିୟମ ରହିଛି ।

କରୋନା ଲଗାତାର ନିଜର ସଂଖ୍ୟା ବୃଦ୍ଧି କରାଉଛି, ତେଣୁ ତାହାକୁ ଜୀବିତ ଭାବେ ଗ୍ରହଣ କରାଯାଉଛି । ଏହା ମଣିଷ ଶରୀରରେ ପହଞ୍ଚି ଦ୍ରୁତ ଭାବେ ନିଜର ସଂଖ୍ୟା ବଢ଼ାଇଥାଏ । ତେଣୁ ବେଳକୁ ବେଳ ବୀମାର ଗମ୍ଭୀର ରୂପ ଧାରଣ କରିବା ସହିତ ଭାଇରସ ସମୟ ସହିତ ନୂଆ ନୂଆ ଭାରିଆଣ୍ଟ ନିର୍ମାଣ କରିଥାଏ । ତେବେ ତୁଳନାତ୍ମକ ଭାବେ ଭାଇରସ ବ୍ୟାକ୍ଟେରିଆ ତୁଳନାରେ ଅଧିକ ଭୟଙ୍କର ବୋଲି କୁହାଯାଏ ।

Get real time updates directly on you device, subscribe now.