fbpx

କେଉଁଠାରେ ରହିଛି ବିଶ୍ୱର ସର୍ବବୃହତ ରେଲୱେ ଷ୍ଟେସନ; ଜାଣନ୍ତୁ କଣ ରହିଛି ଆଶ୍ଚର୍ଯ୍ୟ କଥା

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ସର୍ବଦା କମ୍ ଖର୍ଚ୍ଚ ସହ ନିରାପଦ ବୋଲି କୁହାଯାଏ । ଯାତ୍ରା କରିବାର ସମୟ ମଧ୍ୟ ଏଥିରେ କମ୍ ରହିଥାଏ । ଯଦି ମାନବ ସଭ୍ୟତାର ବିକାଶକୁ ବଢାଉଥିବା ଉଦ୍ଭାବନଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଏ ତେବେ ଟ୍ରେନ୍ ଏଥିରେ ନିଶ୍ଚିତ ଭାବରେ ସାମିଲ ହେବ । ଟ୍ରେନ୍ ଲୋକଙ୍କ ଜୀବନକୁ ଅତି ସହଜ କରିଦେଇଛି । ଟ୍ରେନ୍ ଚାଲିବା ଏବଂ ରହିବା ପାଇଁ ବିଭିନ୍ନ ସ୍ଥାନରେ ଷ୍ଟେସନ ରହିଛି । ତେବେ ଦୁନିଆର ସବୁଠାରୁ ବଡ ରେଳ ଷ୍ଟେସନ କେଉଁଠାରେ ଅବସ୍ଥିତ । ତାହା ହୁଏତ ଆପଣମାନେ ଜାଣି ନଥିବେ । ଖୁବ୍ କମ୍ ଲୋକ ଜାଣିଛନ୍ତି ଦୁନିଆର ସର୍ବବୃହତ ରେଳ ଷ୍ଟେସନର ମଜାଦାର କଥା । ତେବେ ଆସନ୍ତୁ ଜାଣିବା କଣ ରହିଛି ସର୍ବବୃହତ ରେଳ ଷ୍ଟେସନର ଥିବା ଭିନ୍ନ ଏକ ମଜାଦାର କଥା ।

ଦୁନିଆର ସବୁଠୁ ବଡ ରେଳ ଷ୍ଟେସନର ଟାଇଟଲ୍ ନ୍ୟୁୟର୍କ ସହରର ଥିବା ଏକ ଷ୍ଟେସନ୍ ଗ୍ରାଣ୍ଡ୍ ସେଣ୍ଟ୍ରାଲ୍ ଟର୍ମିନାଲ୍ ନାମରେ ରେକର୍ଡ କରାଯାଇଛି । ୧୯୦୧ ରୁ ୧୯୦୩ ମସିହାରେ ଏହି ଷ୍ଟେସନ ନିର୍ମାଣ କରାଯାଇଥିଲା । ଏହି ଷ୍ଟେସନ ନିର୍ମାଣ ପଛରେ ଏକ ମଜାଦାର କଥା ହେଉଛି ପେନସିଲଭାନିଆର ରେଳ ଷ୍ଟେସନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏହି ଷ୍ଟେସନରେ ପ୍ରାୟ ୪୪ ଟି ପ୍ଲାଟଫର୍ମ ରହିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ଏହି ଷ୍ଟେସନ୍ ନିର୍ମାଣ କରାଯାଉଥିଲା ଏହି ସମୟରେ ୧୦,୦୦୦ ଲୋକ ଏକାଠି ରେଳ ଷ୍ଟେସନ ନିର୍ମାଣ ପାଇଁ ପ୍ରତିଦିନ କାମ କରୁଥିଲେ । ଏହି ଷ୍ଟେସନର ନିର୍ମାଣ କାର୍ଯ୍ୟ ୧୯୧୩ ମସିହାରେ ସମାପ୍ତ ହୋଇଥିଲା । ଏହି ଷ୍ଟେସନ କେବଳ ଏହାର ଆକାର ହେତୁ ନୁହେଁ ବରଂ ଏହାର ସ୍ଥାପତ୍ୟ ଏବଂ ଡିଜାଇନ୍ ପାଇଁ ମଧ୍ୟ ଜଣାଶୁଣା । ଗ୍ରାଣ୍ଡ ସେଣ୍ଟ୍ରାଲ ଟର୍ମିନାଲରେ ଅନେକ ଚଳଚ୍ଚିତ୍ରର ସୁଟିଂ ମଧ୍ୟ କରାଯାଇଛି ।

ଅନ୍ୟପଟେ ଭାରତର ବୃହତ୍ତମ ରେଳ ଜଙ୍କସନର ରେକର୍ଡ ୟୁପିରେ ଥିବା ମଥୁରା ନାମରେ ରେକର୍ଡ କରାଯାଇଛି । ତେବେ ସେହି ସ୍ଥାନଗୁଡ଼ିକୁ ଜଙ୍କସନ୍ କୁହାଯାଏ ଯେଉଁଠାରେ ଅତି କମରେ ଗୋଟିଏ ଷ୍ଟେସନରେ ୩ଟି ରୁଟ୍ ଯାଇଥାଏ । ସେହିପରି ଉତ୍ତରପ୍ରଦେଶର ଗୋରଖପୁର ରେଳ ଷ୍ଟେସନରେ ବିଶ୍ୱର ଦୀର୍ଘତମ ପ୍ଲାଟଫର୍ମ ଅବସ୍ଥିତ । ଏହାପୂର୍ବରୁ ଏହି ରେକର୍ଡ ଖଡ଼ଗପୁର ଷ୍ଟେସନ ନାମରେ ରେକର୍ଡ ହୋଇଥିଲା । ଏମାନଙ୍କ ବ୍ୟତୀତ ଦେଶରେ ୮ ଟି ରେଳ ସଂଗ୍ରହାଳୟ ରହିଛି ଯାହା କୋଲକାତା, ଚେନ୍ନାଇ, ଘୁମ୍, ତିରୁଚିରାପଲ୍ଲୀ, ଦିଲ୍ଲୀ, ପୁଣେ, କାନପୁର ଏବଂ ମଇଶୁରରେ ଅବସ୍ଥିତ । ଦିଲ୍ଲୀର ଜାତୀୟ ରେଳ ସଂଗ୍ରହାଳୟକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି ।

Get real time updates directly on you device, subscribe now.