fbpx
BJD SKY
BJD SKY

ରେଳ ବଜେଟକୁ ନେଇ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ, କହିଲେ- ଓଡିଶାକୁ ମିଳିଛି ୬୯୯୫ କୋଟି

BJD

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): କେନ୍ଦ୍ରର ରେଳ ବଜେଟରେ ଓଡିଶା ପାଇଁ ୫୫୨୮ କୋଟି ବ୍ୟୟବରାଦ ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ଏହି ପ୍ରସଙ୍ଗ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖୁଥିବା ବେଳେ ରେଳ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ‘ରେଳ ବଜେଟରେ ଓଡିଶାକୁ ୬,୯୯୫ କୋଟି ୫୮ ଲକ୍ଷ ଟଙ୍କା ମିଳିଛି । ଗତବର୍ଷ ଅପେକ୍ଷା ୬୦ ପ୍ରତିଶତ ଅଧିକ ଅନୁଦାନ ଆସିଛି । ଅଧୁରା କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି । ରେଳ ଲାଇନର ଆଧୁନୀକରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଓଡିଶାରେ ଚାଲିଥିବା କାମକୁ ସାରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ନୂଆ ରେଳ ଲାଇନ ପାଇଁ ୧୫୫୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରେଳ ଲାଇନ୍ ଦୋହରୀକରଣ ପାଇଁ ୧୭୦୨.୪୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବିଦ୍ୟୁତକରଣ ପାଇଁ ୧୭୩ କୋଟିର ବ୍ୟୟ ବରାଦ ହୋଇଛି । ସେତୁ ପାଇଁ ୩୮.୫ କୋଟି ଓ ଲେବଲ କ୍ରସିଂ ପାଇଁ ୧୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ଟ୍ରାଫିକ୍ ସୁବିଧା ପାଇଁ ୧୭.୧୫ ଓ କମ୍ପୁଟରୀକରଣ ପାଇଁ ୩.୪୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଭୂତଳ ଓ ରେଳ ଓଭରବ୍ରିଜ ପାଇଁ ୨୮୦.୪୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।’

Get real time updates directly on you device, subscribe now.