fbpx
BSKY
BJD MC SKY
BJD YOUTH SKY

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶାରେ ଦ୍ୱିତୀୟ ଦିନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶାରେ ଦ୍ୱିତୀୟ ଦିନ । ତେବେ ଗସ୍ତର ଶେଷଦିନରେ ବିଭିନ୍ନ ବିଦ୍ୟାଳୟ ପରିକ୍ରମାର କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି । ୨ଟି ବିଦ୍ୟାଳୟ ସହ କୁନ୍ତଳା କୁମାରୀ ଆଦିବାସୀ ହଷ୍ଟେଲ ପରିକ୍ରମା ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି । ବର୍ତ୍ତମାନ ସେ ରାଜଭବନରୁ ବାହରିଥିବା ବେଳେ ପ୍ରଥମେ ସେ ଖଣ୍ଡଗିରିର ତପୋବନ ହାଇସ୍କୁଲ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ତାଙ୍କୁ ହାତ ତିଆରି ପେଣ୍ଟିଂ ଦିଆଯିବ । ଏହାପରେ ରାଷ୍ଟ୍ରପତି ନିଜେ ପାଠପଢିଥିବା ସ୍କୁଲ, ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବେ ।

ତେବେ ରାଷ୍ଟ୍ରପତି ୧୯୭୦ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠପଢିଥିଲେ । ପାଠ ପଢିବା ସମୟରେ ସେ କୁନ୍ତଳା କୁମାରୀ ଆଦିବାସୀ ହଷ୍ଟେଲରେ ରହିଥିଲେ । ରାଷ୍ଟ୍ରପତି ହେବା ପରେ  ପ୍ରଥମ ଥର ପାଇଁ ସେହି ହଷ୍ଟେଲ ପରିଦର୍ଶନ କରି ପୁରୁଣା ସ୍ମୃତିକୁ ମନପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁ । ଏଥିସହିତ ସେ ସ୍କୁଲ ପିଲାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଦିନ ୧୧ଟା ୪୦ ମିନିଟରେ ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉପକ୍ରମର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ । ଏହାପରେ ରାଷ୍ଟ୍ରପତି ଓଡ଼ିଆ ଭାଷାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ବାରା ପ୍ରସ୍ତୁତ ଇଞ୍ଜିନିୟରିଂ ବହି ସମେତ ଅନେକ ଉପକ୍ରମର ଲୋକାର୍ପଣ କରିବେ । ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲ ‘ଇ-କୁମ୍ଭ’କୁ ମଧ୍ୟ ଉନ୍ମୋଚନ କରିବେ ରାଷ୍ଟ୍ରପତି । ଏହାସହ ଓଡ଼ିଆ ଭାଷାରେ ସି.ଏସ.ଟି.ଟି. ଦ୍ୱାରା ବିକଶିତ ଯାନ୍ତ୍ରିକ ଶବ୍ଦକୋଷର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟତିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗଦେବେ ।

Get real time updates directly on you device, subscribe now.