fbpx
BSKY SKY
BSKY SKY

ବାୟୁ ପ୍ରଦୂଷଣ ସାଧାରଣ ସମସ୍ୟା ନୁହେଁ: PM 2.5 ପାର୍ଟିକିଲ ବଢ଼ାଇବ କ୍ୟାନସର, ହୃଦରୋଗ ଓ ଶ୍ୱାସରୋଗ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେବେ ଏହାର ଭୟଙ୍କର ପରିଣାମ ଭୋଗ କରିବ ସାରା ମାନବ ସମାଜ । ଏନେଇ ଏକ ଭୟଙ୍କର ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଭାରତ ଓ ଚୀନ ଏହାଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାୟୁ ପ୍ରଦୂଷଣ କାରଣରୁ ସମୟ ପୂର୍ବରୁ ଅନେକ ଲୋକ ପ୍ରାଣ ହରାଇ ପାରନ୍ତି । ଏହାଦ୍ୱାରା ଦେଶରେ ବର୍ଷକୁ ୧୫ ଲକ୍ଷ ଲୋକ ମୃତ୍ୟୁବରଣ କରିପାରନ୍ତି ।

ତେବେ ଏକ ରିସର୍ଚ୍ଚ ରିପୋର୍ଟ ମୁତାବକ, ବାୟୁ ପ୍ରଦୂଷଣର ବିପଦ ଆମ ଅନୁମାନଠାରୁ କାହିଁ କେତେଗୁଣରେ ଅଧିକ । ବାୟୁ ପ୍ରଦୂଷଣ କାରଣରୁ ସମୟ ପୂର୍ବରୁ ୪୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିବା ନେଇ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲା । ପିଏମ ୨.୫ ପାର୍ଟିକିଲ କାରଣରୁ ଏହି ସମସ୍ୟା ଦେଖାଦେଇପାରେ । ନିକଟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏଥିପାଇଁ ସ୍କୁଲକୁ ମଧ୍ୟ ବନ୍ଦ ଘୋଷଣା କରଯାଇଥିଲା ।

ଏହି ପାର୍ଟିକିଲ କାରଣରୁ ହୃଦରୋଗ, ଶ୍ୱାସ ସମସ୍ୟା ବଢ଼ିବାର ଆଶଙ୍କା ରହିଛି । ଏଥିସହିତ କ୍ୟାନସର ବଢ଼ିବାର ମଧ୍ୟ ସମ୍ଭାବନା ରହିଛି । ବାୟୁ ପ୍ରଦୂଷଣ କାରଣରୁ ସୃଷ୍ଟି ହେଉଥିବା ବିମାରୀ ମୃତ୍ୟୁର କାରଣ ପାଲଟିବ । ସେଥିପାଇଁ ଲକ୍ଷ ଲକ୍ଷ ଲୋକ ସମୟ ପୂର୍ବରୁ ଅକାଳରେ ପ୍ରାଣ ହରାଇବାର ଆଶଙ୍କା ଦେଖାଦେଇଛି । ଭାରତ ଓ ଚୀନ ପାଇଁ ଏହା ସତର୍କ ଘଣ୍ଟି ବୋଲି ଗତ ମେ ମାସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା । ପ୍ରତିବର୍ଷ ୯୦ ଲକ୍ଷ ବାୟୁ ପ୍ରଦୂଷଣ କାରଣରୁ ପ୍ରାଣ ହରାଉଛନ୍ତି । ଯାନବାହାନ ଓ ଶିଳ୍ପାନୁଷ୍ଠାନରୁ ନିର୍ଗତ ଧୂଆଁରେ ହେଉଥିବା ମୃତ୍ୟୁସଂଖ୍ୟା ପାଖାପାଖି ୫୫ ପ୍ରତିଶତ ବୃଦ୍ଧି ହୋଇଥିବା ଦେଖାଯାଇଛି ।

Get real time updates directly on you device, subscribe now.