fbpx

OPTCL ପକ୍ଷରୁ ବାହାରିଲା ୨୮୦ଟି ପଦବୀ: ଆସନ୍ତା ୧୮ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ସୂଚନା ଜାଣି ପାରିବେ ।

ବିଭିନ୍ନ ବର୍ଗରେ ମୋଟ ୨୮୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଅକ୍ଟୋବର ୧୯ରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀଙ୍କର ବୟସ ଗତ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସର୍ବାଧିକ ୧୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀମାନେ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଇଲେକ୍ଟ୍ରିସିଆନ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ପାଇଁ ୨୪୦ଟି ଓ ଇଲେକ୍ଟ୍ରୋନିକ୍ସ ମେକାନିକ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ପାଇଁ ୪୦ଟି ପଦବୀ ଖାଲି ରହିଛି ।

ଅନଲାଇନ ଆବେଦନ ଲିଙ୍କ: https://careers.optcl.co.in/online-application

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-OPTCL-ITI-Trade-Apprentice-Posts.pdf

ୱେବସାଇଟ୍ ଲିଙ୍କ: https://optcl.co.in/

Get real time updates directly on you device, subscribe now.