fbpx

ଥରେ ଦୋଷମୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କୁ ଠୋସ୍ କାରଣ ମିଳିଲେ ହିଁ ପୁଣିଥରେ ଯାଞ୍ଚ କରାଯିବ: ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯଦି କୌଣସି ଅଭିଯୋଗ ଆଧାରରେ ବିଭାଗୀୟ ତଦନ୍ତରେ ସରକାରୀ କର୍ମଚାରୀ ଦୋଷମୁକ୍ତ ହୁଅନ୍ତି, ତେବେ ସେହି ଅଭିଯୋଗରେ କିଛି ବିଶେଷ କାରଣ ସାମ୍ନାକୁ ଆସିବା ଯାଞ୍ଚ ହୋଇପାରିବ ବୋଲି ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି । ମିର୍ଜାପୁରର ଭାଗବତ ପ୍ରସାଦଙ୍କ ଆବେଦନକୁ ଗ୍ରହଣ କରିଥିବାବେଳେ ଜଷ୍ଟିସ ସିଦ୍ଧାର୍ଥ ବର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆବେଦନକାରୀ ୨୦୧୧ ରେ ଜଳସେଚନ ବିଭାଗରେ ହେଲପର ଭାବରେ ନିଯୁକ୍ତ ହୋଇଥିଲେ ।୨୦୨୦ ରେ ଜାଲ୍ ଡକ୍ୟୁମେଣ୍ଟ୍ ଏବଂ ଜନ୍ମ ତାରିଖର ଗଡ଼ବଡ଼ କରିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଆବେଦନକାରୀଙ୍କୁ ବରଖାସ୍ତ କରାଯାଇଥିଲା । ଆବେଦନକାରୀଙ୍କ ପରାମର୍ଶଦାତା କୋର୍ଟଙ୍କୁ କହିଛନ୍ତି ଯେ, ୨୦୧୬ ମସିହାରେ ମଧ୍ୟ ଉକ୍ତ ଅଭିଯୋଗ ଉପରେ ବିଭାଗୀୟ ଅନୁସନ୍ଧାନରେ କର୍ମଚାରୀ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିଲେ । ଏହା ପରେ ଦ୍ୱିତୀୟ ଯାଞ୍ଚରେ ଆବେଦନକାରୀଙ୍କ ସେବା ବନ୍ଦ କରାଯାଇଥିଲା ।

ବିଭାଗୀୟ ଅନୁସନ୍ଧାନ ସମୟରେ ବୈଜ୍ଞାନିକ ପଦ୍ଧତି ଦ୍ୱାରା ଆବେଦନକାରୀଙ୍କ ବୟସ ନିର୍ଣ୍ଣୟ କରିବାର ଆବଶ୍ୟକତା ରହିଛି ବୋଲି ସେ ଯୁକ୍ତି କରିଛନ୍ତି । ଏହା ବ୍ୟତୀତ ବିଦ୍ୟାଳୟର ପରିଚାଳକ ତଥା ପ୍ରଧାନଶିକ୍ଷକଙ୍କୁ ମଧ୍ୟରେକର୍ଡ ଯାଞ୍ଚରେ ଜଡିତ କରାଯାଇ ନଥିଲା ।

ଶୁଣାଣି ପରେ କୋର୍ଟ କହିଛନ୍ତି ଯେ, ବୟସ ନିର୍ଣ୍ଣୟ କରିବା ପାଇଁ ଅନୁସନ୍ଧାନକାରୀ ଦଳକୁ ଆଧୁନିକ ମେଡିକାଲ ପଦ୍ଧତିର ସାହାଯ୍ୟ ନେବାକୁ ପଡ଼ିବ । ଏହା ସହ ରେକର୍ଡ ଯାଞ୍ଚ ସମୟରେ ବିଦ୍ୟାଳୟର ଅଧିକାରୀମାନଙ୍କୁ ସାମିଲ କରିବା ଉଚିତ । ୨୦୧୬ ରେ ସମାନ ଅଭିଯୋଗରେ ଆବେଦନକାରୀ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବିଭାଗ ଜାଣିବାକୁ ପାଇଥିଲା । ଏପରି ପରିସ୍ଥିତିରେ କିଛି ନୂଆ ଠୋସ୍ କାରଣ ଖୋଜିବା ପରେ ଆଉ ଥରେ ଯାଞ୍ଚ କରାଯାଇପାରିବ ।

Get real time updates directly on you device, subscribe now.