fbpx

ବଢୁଛି ଜଳସ୍ତର:ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ କାରଣରୁ ବଢୁଛି ହୀରାକୁଦ ନଦୀର ଜଳସ୍ତର । ଗତକାଲି ୨୦ ଟି ଗେଟ୍ ହେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ପୁଣି ହୀରାକୁଦଖୋଲିଛି ଡ୍ୟାମର ଆଉ ୪ ଟି ଗେଟ୍ । ତେବେ ବର୍ତ୍ତମାନ ମୋଟ ୨୪ ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି । ସେହିପରି ଆବଶ୍ୟକ ପଡିଲେ ଅଧିକ ଗେଟ୍ ଖୋଲା ଯାଇପରେ ବୋଲି କହିଛନ୍ତି ମୁଖ୍ୟ ଯନ୍ତ୍ରୀ ।

ରାଜ୍ୟରେ ଲଗାଣ ବର୍ଷା କାରଣରୁ ହୀରାକୁଦର ଜଳ ଭଣ୍ଡାର ବଢିବାରେ ଲାଗିଛି । ଫଳରେ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଗତ୧୨ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଫଳରେ ଆଜିଠାରୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାର ୧୪ ଟି ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Get real time updates directly on you device, subscribe now.