fbpx

କଟକରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗାର

କଟକ(ଓଡ଼ିଶା ଭାସ୍କର): କମିସନରେଟ୍ ପୋଲିସକୁ ଡ୍ରଗ୍ସ ବିରୋଧୀ ଅଭିଯାନରେ ଏକ ବଡ ସଫଳତା ମିଳିଛି । ଗତକାଲି କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି । ଏଥିସହିତ ଏହି ମାମଲାରେ ୩ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ସମୟରେ ସେମାନଙ୍କ ଠାରୁ ଗୋଟିଏ ବାଇକ୍, ଗୋଟିଏ କାର୍ ଏବଂ ୪ଟି ମୋବାଇଲ୍ ଜବତ କରିଛି ପୋଲିସ୍ । ତେବେ ଗିରଫ କରଯାଇଥିବା ୩ ଅଭିଯୁକ୍ତ କୋଲକାତାରୁ ବ୍ରାଉନସୁଗାର ଆଣି ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିକ୍ରି କରୁଥିଲେ । ଜବତ ବ୍ରାଉନସୁଗାରର ମୁଲ୍ୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.